ନାଇଜର ନଦୀ ପାର ବେଳେ ବୁଡ଼ିଗଲା ଡଙ୍ଗା, 100 ମୃତ
ନାଇଜେରିଆ : ଆଫ୍ରିକୀୟ ଦେଶ ନାଇଜେରିଆରେ ବିବାହ ଭୋଜିରୁ ଫେରୁଥିବାବେଳେ ଘଟିଛି ଅଘଟଣ। ଏଥିରେ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କପାଡ଼ା ଅଞ୍ଚଳରେ ଭୀଷଣ ବର୍ଷା ହେତୁ ରାସ୍ତାଘାଟ ପାଣିରେ ବୁଡ଼ି ଯାଇଛି । ଏକ ବିବାହରେ ଯୋଗ ଦେବାକୁ ପ୍ରାୟ ୩ଶହ ଲୋକ ଜଣଇଗବୋତି ଗାଁକୁ ଯାଇଥିଲେ। ବିବାହ ସାରି ଏକ ଡଙ୍ଗାରେ ନାଇଜର ନଦୀ ପାର ହେଉଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ପ୍ରବଳ ବର୍ଷା ସହିତ ଅଧିକ ଲୋକ ଆସୁଥିବାରୁ ଡଙ୍ଗାରେ ମଝି ନଦୀରେ ବୁଡ଼ି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସମେତ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ତଥ୍ୟ ଅନୁସାରେ, ପ୍ରାୟ ଶହେରୁ ଊର୍ଦ୍ଧ୍ୱ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
Powered by Froala Editor