ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରଜ ଶୁଭେଚ୍ଛା
ଭୁବନେଶ୍ବର : ରଜ ପାଇଁ ଉତ୍ସବ ମୁଖର ଗାଁଠୁ ସହର । ସବୁଆଡେ ରଜ ପାନ ଓ ପୋଡ଼ ପିଠାର ଆସର ଜମୁଛି । ନିଆରା ବାସ୍ନାରେ ମହକୁଛି ପୁରପଲ୍ଲୀ । ରଜ ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଏହାକୁ ଜାକଜମକରେ ପାଳନ କରୁଛନ୍ତି ରାଜ୍ୟବାସୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ ଯୋଗେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ସାମିଲ ହୁଅନ୍ତୁ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ ରଜ ପର୍ବ ଅବସରରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି।”
Powered by Froala Editor