ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସି ହାତୀ ମୃତ
କଣ୍ଟାମାଳ: ବୌଦ୍ଧ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଏଥର ଶିକାରୀ ଗୁଳିରେ ନୁହେଁ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାନୁସାରେ, ବୌଦ୍ଧବନ ଖଣ୍ଡ ଅନ୍ତର୍ଗତ କଣ୍ଟାମାଳ ରେଞ୍ଜର ବରଗାଁ ପଞ୍ଚାୟତ ଘୁଚେଙ୍ଗ ଜଙ୍ଗଲରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor