ଏଥରକ ରଜରେ କୁନ୍ଦନ ଫ୍ଲୋରାଲ୍ ଚୁଡ଼ି
ଆସୁଛି ରଜ ପରବ । ଦୋକାନୀମାନେ ତାକୁ ଲକ୍ଷ୍ୟରେ ରଖି ଆକର୍ଷଣୀୟ ଜିନିଷ ଗ୍ରାହକଙ୍କ ପାଇଁ ଖଞ୍ଜୁଛନ୍ତି । ଏ ବର୍ଷ ରଜ ପାଇଁ ନୂଆ ପ୍ରକାରର ଚୁଡ଼ି ଆସିଛି ।
- ଲାଖ ଓ କାଚରେ ତିଆରି ଏକ ପ୍ରକାର ଚୁଡ଼ିକୁ ‘ହ୍ୟାଣ୍ଡ ପେଣ୍ଟେଡ଼ ଚୁଡ଼ି’ ନାଁ ଦିଆଯାଇଛି । ଏହି ଚୁଡ଼ିକୁ କୌଣସି ପାର୍ଟିରେ ପିନ୍ଧିଯାଇପାରିବେ । ଚିତ୍ର ଅଙ୍କା ଏହି ଚୁଡ଼ି ସେଟ୍ ୧୨୦୦ଟଙ୍କାରେ ବିକ୍ରି ହେଉଛି ।
- କେତେ ପ୍ରକାର ଚୁଡ଼ିରେ ଝୁମକା ଓ ଧାତୁରେ ତିଆରି ଫୁଲ ମଧ୍ୟ ଝୁଲିଥାଏ । ଏମିତି ଡିଜାଇନ୍ ଚୁଡ଼ିକୁ ଗାଉନ୍ ନଚେତ୍ ଲେହେଙ୍ଗା ସହ ପିନ୍ଧିଲେ ସୁନ୍ଦର ଲାଗେ ।
- କୁନ୍ଦନ ଚୁଡ଼ିର ଆଦର ସବୁବେଳେ ରହିଛି କିନ୍ତୁ ବେଶୀ ସମୟ ଏହି ଚୁଡ଼ି ପିନ୍ଧିଲେ ହାତକୁ ଯନ୍ତ୍ରଣା ହୁଏ । ବଜାରରେ ଏଥରକ କୁନ୍ଦନ ଫ୍ଲୋରାଲ୍ ଚୁଡ଼ି ଆସିଛି । ରଜ ଅବସରରେ ଏଇ ଚୁଡ଼ି ମଧ୍ୟ ପିନ୍ଧିପାରିବେ ।
- ଜିନ୍ସ, ସ୍କର୍ଟ ପିନ୍ଧୁଥିଲେ, ସରୁ ଚୁଡ଼ି ପିନ୍ଧି ଷ୍ଟାଇଲ କଲେ ବି ଆକର୍ଷଣୀୟ ଦେଖାଯିବ ।
Powered by Froala Editor