ଗଛ ଉପରେ ଲୁଚି ବସୁଛନ୍ତି ପୁଲିସ, କାହିଁକି ଜାଣନ୍ତୁ...
ଲୁଟେରାଙ୍କୁ ଧରିବାକୁ ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ଅଜବ ପଦକ୍ଷେପ ନେଇଛି ପୁଲିସ୍। ଲୁଟେରାଙ୍କୁ ଧରିବା ପାଇଁ ରାତି ସାରା ସାଦା ପୋଷାକରେ ଗଛ ଉପରେ ଲୁଚି ବସିଛନ୍ତି କର୍ମଚାରୀ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟକୁ ଦେଖି ପୁଲିସର କର୍ତ୍ତବ୍ୟକୁ ପ୍ରଶଂସା କରାଯାଉଛି।
ସୂଚନାଯୋଗ୍ୟ, ଗତ ମଇ ୨୯ ତାରିଖରେ ଜଣେ ଇଞ୍ଜିନିୟର ତାଙ୍କ ପତ୍ନୀ ସହ କାର୍ରେ ଯାଉଥିବା ବେଳେ ହଠାତ ଲୁଟେରାମାନେ ତାଙ୍କ କାର୍ ଉପରକୁ ଟେକାମାଡ଼ କରିଥିଲେ। କାରକୁ ଇଞ୍ଜିନିୟରଙ୍କ ଡ୍ରାଇଭର ଚଲାଉଥିଲେ। ଟେକାମାଡ ଭୟରେ ଇଞ୍ଜିନିୟରଙ୍କ ପରାମର୍ଶରେ ଚାଳକ ଗାଡ଼ି ଅଟକାଇଥିଲେ।
ଗାଡ଼ି ଅଟକିବା ଦେଖି ଲୁଟେରାମାନେ ଇଞ୍ଜିନିୟର ସମେତ ତାଙ୍କ ସ୍ତ୍ରୀ ଓ ଚାଳକଙ୍କ ଉପରେ ଆକ୍ରମଣ କରି ଟଙ୍କା, ସୁନା ଓ ଗାଡ଼ିରେ ଥିବା ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ ପୁଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ଅପରେସନ ଆରମ୍ଭ କରି ଦେଇଛି।
ଏଥିପାଇଁ ଏକ୍ସପ୍ରେସ ୱେ କଡ଼ରେ ଲାଗିଥିବା ଗଛରେ ପୁଲିସ କର୍ମଚାରୀମାନେ ସାଦା ପୋଷାକରେ ଲୁଚି ରହି ଲୁଟେରାଙ୍କ ଉପରେ ନଜର ରଖୁଛନ୍ତି। ଏହି ଘଟଣାର ଏକ ମଜାଳିଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Powered by Froala Editor