ଗାଇଡଲାଇନ ନଆସିବା ପର୍ଯ୍ୟନ୍ତ ଦିଲ୍ଲୀ ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି

ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି। ରାପିଡୋ, ଓଲା ଓ ଉବେର ଭଳି ସଂସ୍ଥା ରାଜଧାନୀରେ ବାଇକ ଟ୍ୟାକ୍ସି ସେବା ଯୋଗାଉ ଥିଲେ। ଏହାକୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଅନୁମତି ଦେଇଥିଲେ। ତେବେ ଏହି ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ବାଇକ ଟାକ୍ସି ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଦୁଇ ଚକିଆ ଟ୍ୟାକ୍ସି ଅର୍ଥାତ୍ ବାଇକ୍ ଟ୍ୟାକ୍ସି କୁ ନିଷିଦ୍ଧ କରାଯାଇଛି ।
ଲାଇସେନ୍ସ ପାଇଁ ଉପଯୁକ୍ତ ନୀତି ନ ଆସିବା ଯାଏ ବାଇକ ଟ୍ୟାକ୍ସି ସେବା ଦିଲ୍ଲୀରେ ମିଳିବ ନାହିଁ। ଶୁଣାଣି ବେଳେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜୁନ ୩୦ ସୁଦ୍ଧା ବାଇକ ଟ୍ୟାକ୍ସି ସେବା ପାଇଁ ନୂଆ ଗାଇଡଲାଇନ ଆସିବ। ସେହିପରି ଲାଇସେନ୍ସ ପ୍ରଦାନ ପାଇଁ ନିୟମ ପ୍ରଣୟନ କରାଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି।
Powered by Froala Editor