ବାହାନଗା ଟ୍ରେନ ଦୁର୍ଘଟଣା; ରେଲୱେର ୩ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ
ବାହାନଗା : ବାହାନଗା ଟ୍ରେନ ଦୁର୍ଘଟଣାରେ ୩ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ରେଲୱେର ୩ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ଜଣେ ଷ୍ଟେସନ ମାଷ୍ଟର ଓ ଜଣେ ଟେକ୍ନିସିଆନ ଓ ଜଣେ କର୍ମଚାରୀଙ୍କୁ ସିବିଆଇ ଉଠାଇ ନେଇଥିବା ଜଣାପଡିଛି। କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ୩ କର୍ମଚାରୀଙ୍କୁ ପଚରାଉଚରା କରୁଛି ସିବିଆଇ। ତେବେ ଏ ନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେମାନଙ୍କ ଫୋନ୍କୁ ସିବିଆଇ ସିଜ୍ କରିଥିବା ଜଣାପଡ଼ିଛି।
ରେଳ ବିଭାଗ ପକ୍ଷରୁ ସିବିଆଇକୁ ତଦନ୍ତ ଦାୟିତ୍ୱ ମିଳିବା ପରେ ତନାଘନା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଆଜି ସିବଆଇ ତଦନ୍ତର ଶେଷ ଦିନ। ଆଜି ସିବିଆଇ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କେମିତି ଦୁର୍ଘଟଣା ଘଟିଲା ସେ ବିଷୟରେ ସୂଚନା ଦିଆଯିବ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଗତ ୨ ତାରିଖରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।
Powered by Froala Editor