ବାଟ ଭୁଲି ପାକିସ୍ତାନରେ ପଶି ଗଲା ବିମାନ
ଖରାପ ପାଗ ଯୋଗୁ ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଯାଇଥିବା ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନପାକିସ୍ତାନର ଲାହୋରରେ ପହଞ୍ଚିଥିଲା। ଏହି ଇଣ୍ଡିଗୋ ବିମାନ ଅମୃତସରରୁ ଅହମ୍ମଦାବାଦ ଯାଉଥିଲା। ଖରାପ ପାଗ କାରଣରୁ ବାଟଭୁଲି ପାକିସ୍ତାନର ଲାହୋର ନିକଟ ଗୁଜରନୱାଲା ଆକାଶରେ ଉଡ଼ିଥିଲା। ତେବେ ପରେ ଏହା ଗତିପଥ ବଦଳାଇ ସୁରକ୍ଷିତ ଭାରତ ସୀମାକୁ ଆସି ଯାଇଥିଲା ଓ ସୁରକ୍ଷିତ ଅବତରଣ କରିଥିଲା।
ସୂଚନାନୁସାରେ, ଭାରତୀୟ ବିମାନକ୍ଷେତ୍ରକୁ ଫେରିବା ପୂର୍ବରୁ ଏହା ଗୁଜରାନଓ୍ବାଲାରେ ପହଞ୍ଚିଥିଲା। ଅବଶ୍ୟ ଏହି ସମୟ ମଧ୍ୟରେ ବିମାନରେ କିଛି ଅଘଟଣ ଘଟି ନ ଥିଲା।
ବିମାନ ରାଡାର ଅନୁଯାୟୀ, ଭାରତୀୟ ବିମାନ ଶନିବାର ରାତି ପ୍ରାୟ ୭.୩୦ରେ ଲାହୋରରେ ପ୍ରବେଶ କରିଥିଲା ଏବଂ ଏହା ପରେ ରାତି ୮.୧ରେ ଭାରତ ଫେରିଥିଲା।
Powered by Froala Editor