ଅଳ୍ପକେ ଟଳିଲା ବିପଦ : ଟ୍ରେନର ବଗି ଲାଇନ ଚ୍ୟୁତ, ଯାତ୍ରୀ ସୁରକ୍ଷିତ
ବାଲେଶ୍ବର ବାହାନଗା ଦୁର୍ଘଟଣାର ଦୃଶ୍ୟ ଏଯାଏଁ ଆଖି ଆଗରେ ନାଚି ଉଠୁଥିବା ବେଳେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ଖଡ଼ଗପୁର ଷ୍ଟେସନରେ ପୁଣି ଏକ ଟ୍ରେନ ଦୁର୍ଘଟଣାଗସ୍ତ ହୋଇଛି। ସୌଭାଗ୍ୟବଶତଃ ସେଥିରେ କୌଣସି ଯାତ୍ରୀ ବସି ନଥିଲେ। ଟ୍ରେନର ଗତି ମନ୍ଥର ଥିବାରୁ ଅଳ୍ପକେ ଏକ ବଡ଼ ବିପଦ ଟଳି ଯାଇଛି। ତେବେ ଦୁର୍ଘଟଣା ଯୋଗୁ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ଲାଇନ୍ ଦେଇ ଯାତାୟତ ବନ୍ଦ ହୋଇଯାଇଥିଲା।
ମେଦିନାପୁର-ହାୱଡ଼ା ଲୋକାଲ ଟ୍ରେନ୍ ହାୱଡ଼ା ଯାଉଥିବା ବେଳେ ରାତିରେ ଲାଇନ୍ ଚ୍ୟୁତ ହୋଇଥିଲା। ତେବେ ଏହି ଟ୍ରେନର ଯେଉଁ ବଗି ଲାଇନ ଚ୍ୟୁତ ହୋଇଥିଲା ସୌଭାଗ୍ୟବଶତଃ ସେଥିରେ କୌଣସି ଯାତ୍ରୀ ବସି ନଥିଲେ। ତାର ପାଖ ବଗିରୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ବୋଲି ଦକ୍ଷିଣପୂର୍ବ ରେଳପଥର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ରେଲୱେ କର୍ତ୍ତୃପକ୍ଷ ଓ ବିଭାଗୀୟ ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଲାଇନ୍ଚ୍ୟୁତ ବଗିକୁ ପୁଣି ଲାଇନ୍କୁ ଅଣାଯାଇଥିଲା। ଏଥିସହ ରେଳୱେ ଟ୍ରାକ୍କୁ ମରାମତି କରାଯାଇଥିଲା। ଯାହାପରେ ଯାତାୟତ ସ୍ୱଭାବିକ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
Powered by Froala Editor