ପାର୍କରେ ଶିଶୁଙ୍କୁ ଗୋଡ଼ାଇ ଛୁରୀ ମାରିଲା ଦୁର୍ବୃତ୍ତ
ଫ୍ରାନ୍ସର ଅଲପ୍ସର ଏନେସୀ ଠାରେ ଫ୍ରାନ୍ସର ସିରିଆ ଶରଣାର୍ଥୀଙ୍କ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଏଥିରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣ ଶିଶୁ ଥିବା ବେଳେ ଜଣେ ବୟସ୍କ ଅଛନ୍ତି ବୋଲି ଫ୍ରାନ୍ସ ପୁଲିସ ସୂଚନା ଦେଇଛି। ଆହତଙ୍କ ଶିଶୁଙ୍କ ବୟସ ଯଥାକ୍ରମେ ୩-୫ ବର୍ଷ ଭିତରେ ହେବ। ଆକ୍ରମଣକାରୀକୁ ଗିରଫ କରାଯାଇଛି ବୋଲି ଫ୍ରାନ୍ସ ଇଣ୍ଟେରିୟର ମନ୍ତ୍ରୀ ଗାରାଲ୍ଡ ଡର୍ମାନିନ କହିଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଫ୍ରାନ୍ସ ମିଡିଆ ବିଏଫ୍ଏମ୍ ଟିଭିର ରିପୋର୍ଟ ଅନୁସାରେ ଏକ ସ୍ଥାନୀୟ ପାର୍କରେ ବୁଲୁଥିବା ଏକ ସିରିଆ ଶରଣାର୍ଥୀ ହଠାତ ଏକ ଛୁରୀ ଧରି ସେଠାରେ ଖେଳୁଥିବା ଶିଶୁ ଓ ଲୋକମାନଙ୍କ ଉପରେ ଆକ୍ରମଣ କରିଥିଲା । ଏହି ଛୁରାମାଡ଼ ଘଟଣାରେ ୮ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।
ତେବେ କାହିଁକି ଏହି ଛୁରାମାଡ଼ ହୋଇଥିଲା ? ଆକ୍ରମଣକାରିଥିବା ଅଭିଯୁକ୍ତ ମାନସିକ ବିକାରଗସ୍ତ କି ନାଁ ଏ ବିଷୟରେ ତଦନ୍ତ ଜାରି ରହିଛି। ଆକ୍ରମଣକାରୀ ଗିରଫ ହୋଇଥିବା ପୁଲିସ କହିଥିବା ବେଳେ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରି ନାହିଁ।
Powered by Froala Editor