ବିବାହର ୧୦ଦିନ ପରେ ସନ୍ତାନ ପ୍ରସବ, ବୋହୂଙ୍କୁ ଆପଣାଇବା ପାଇଁ ମନା କଲେ ଶାଶୁଘର
କାନପୁର ଦେହାତର ରୁରା ଥାନା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୧୦ଦିନ ପରେ ନବବଧୂ ସନ୍ତାନକୁ ଜନ୍ମ ଦେଇଛି। ଘଟଣାକୁ ନେଇ ନବବଧୂ କହିଛନ୍ତି, ‘ଅରୁଣ ପାଲ ଓ ବିନୟ ପାଲ ମୋ ସହିତ ଜବରଦସ୍ତି ଦୁଷ୍କର୍ମ କରିଥିଲେ। ଆଉ ଏହି ଘଟଣା ବିଷୟରେ ଯଦି ମୁଁ କାହାକୁ କିଛି ଜଣାଏ ସେମାନେ ମୋ ପରିବାରକୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ପରେ ଜାଣିଲି ମୁଁ ଗର୍ଭବତୀ ଅଛି। କିନ୍ତୁ ଭୟରେ କାହାକୁ କିଛି କହି ନଥିଲି। ପେଟ ବଢ଼ିବାରୁ ସବୁବେଳେ ପେଟ ଲୁଚାଇଲା ଭଳି ପୋଷାକ ପିନ୍ଧିଥାଏ।
ଇତିମଧ୍ୟରେ ମୋ ବାହାଘର ୨୦୨୩ ମଇ ୧୫ ତାରିଖରେ ଭୋଗନିପୁର କୋତବାଲି ଅଞ୍ଚଳସ୍ଥ ଏକ ଗ୍ରାମରେ ହୋଇଥିଲା। ବିବାହ ପରେ ଲେଉଟାଣି ପରମ୍ପରା ହେତୁ ସେ ତାଙ୍କ ବାପ ଘରକୁ ଆସିଥିଲେ।
ଏହି ସମୟରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଅକବରପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ପ୍ରସବ ହୋଇଥିଲା। ନବଜାତ ଦୁର୍ବଳ ଥିବାରୁ ଜନ୍ମର କିଛି ସମୟ ମଧ୍ୟରେ ତାର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ସମ୍ପର୍କରେ ଶାଶୁଘର ଲୋକ ଜାଣିବା ପରେ ନବବଧୂଙ୍କ ସ୍ବାମୀ ଓ ଶାଶୁଘର ଲୋକ ବୋହୂଙ୍କୁ ଆପଣାଇବା ପାଇଁ ମନା କରି ଦେଇଛନ୍ତି।
Powered by Froala Editor