ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ଜୀବନ : ଛୁରୀ ନକାଢି ବାଇକ୍ ଚଳାଇ ଡାକ୍ତରଖାନା ଗଲେ ଯୁବକ

ବିପଦ ବେଳେ ସଠିକ୍ ବୁଦ୍ଧି ବେଳେ ବେଳେ ଜୀବନ ବଞ୍ଚାଇ ଦିଏ । ଯାହାକି କରି ଦେଖାଇଛନ୍ତି ୩୦ ବର୍ଷୀୟ ତେଜାସ ପାଟିଲ । ମହରାଷ୍ଟ୍ରର ନଭି ମୁମ୍ବାଇ ଅନ୍ତର୍ଗତ ସନପଡାରୁ ଏପରି ଘଟଣା ସାମ୍ନାକୁ ଆସିଛି। ଜୁନ୍ ୩ରେ ଯୁବ ବ୍ୟବସାୟୀ ତେଜାସ ପାଟିଲ ଶୋଇଥିବା ବେଳେ ତାଙ୍କ ସାନ ଭାଇ ଗୋଟିଏ କଳଙ୍କି ଲଗା ଛୁରୀ ତାଙ୍କ ବେକରେ ଭୁଷି ଦେଇଥିଲେ। ବେକରେ ଛୁରୀ ଲାଗି ଥିବା ବେଳେ ତେଜାସ ଘର ଠାରୁ ଗୋଟିଏ କିମି ଦୂରରେ ଥିବା ହସ୍ପିଟାଲକୁ ବାଇକ ଚଲାଇ ପହଞ୍ଚି ଯାଇଥିଲେ।
ଏମପିସିଟି ହସ୍ପିଟାଲରେ ୪ ଘଣ୍ଟାର ଅପରେସନ ପରେ ତାଙ୍କ ବେକରୁ ଛୁରୀକୁ ବାହାର କରାଯାଇଥିଲା। ଏଥିସହ କ୍ଷତିଗ୍ରସ୍ତ ରକ୍ତ ସିରାକୁ ମଧ୍ୟ ଫିକ୍ସ କରାଯାଇଥିଲା। ଡାକ୍ତରମାନେ କହିଛନ୍ତି ଯେ ଛୁରୀଟି ସୌଭାଗ୍ୟବଶତଃ ତାଙ୍କର ଶିରା ଓ ଧମନୀକୁ କୌଣସି ଆଘାତ କରିନଥିବାରୁ ପୀଡିତ ତେଜସ ପାଟିଲ ବଞ୍ଚିଯାଇଥିଲେ । ସୋମବାର ସେ ଆଇସିୟୁରୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି।
Powered by Froala Editor