ମୌସୁମୀକୁ ନେଇ ଭିନ୍ନ ମତ, ଦ୍ୱନ୍ଦ୍ୱରେ ଲୋକେ

ଗରମ, ଗୁଳଗୁଳିରେ ଅତିଷ୍ଠ ହୋଇପଡିଲେଣି ଲୋକେ । କାଳବୈଶାଖୀ ହେଲେ ଟିକେ ଆଶ୍ୱସ୍ତି ମିଳୁଛି । ନହେଲେ କଲବଲ । ଏଭଳି ସ୍ଥିତିରେ ଲୋକେ ମୌସୁମୀକୁ ଚାହିଁ ବସିଛନ୍ତି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ରବିବାର(ଜୁନ ୪) ଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବ, ଯାହା କେରଳରେ ପ୍ରବଳ ବର୍ଷା ଆଣିବ। ଆଇଏମଡି ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଲାକ୍ଷାଦ୍ୱୀପ ଏବଂ ଦକ୍ଷିଣ ଆରବ ସାଗରର କିଛି ଅଂଶକୁ ଅଗ୍ରସର ହୋଇଛି । ଜୁନ୍ ୬ରୁ କେରଳରେ ପ୍ରବଳ ବର୍ଷା ହେବ। ସୋମବାର ପର୍ଯ୍ୟନ୍ତ କେରଳର ପଥାନମଥିଟ୍ଟା ଏବଂ ଇଡୁକ୍କି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପକ୍ଷରେ ସ୍କାଏମେଟ୍ କହିଛି ମୌସୁମୀ କେରଳ ଛୁଇଁବାକୁ ଆହୁରି ୨-୩ ଦିନ ଲାଗିଯିବ । ମୌସୁମୀ ଛୁଇଁବା ପରେ ବି କେରଳରେ ପ୍ରବଳ ବର୍ଷା ହେବ ନାହିଁ । ଯାହାକି ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।
Powered by Froala Editor