ଆଉ ଫେରିବେନି ଗୋବିନ୍ଦ : ବାହାଘରକୁ ବର୍ଷେ ପୂରିନି, କୋଳରେ ଦେଢ଼ ମାସର ଝିଅ
କାନ୍ଥରୁ ଲିଭିନି ବାହାଘର ରଙ୍ଗ। ଆଉ ୬ଦିନ ଯାଇଥିଲେ ବିବାହକୁ ପୁରିଥାନ୍ତା ଏକ ବର୍ଷ। ଜୁନ୍ ୧୦ ତାରିଖରେ ପଡିବ ପ୍ରଥମ ବିବାହ ବାର୍ଷିକ ଉତ୍ସବ। ଆଉ ମାଆର କୋଳରେ ଏହି ନିଷ୍ପାପ ଦେଢ ମାସର କୁନି ଝିଅ। ଝିଅ ଦେହ ଖରାପ ଶୁଣି ଟ୍ରେନ୍ରେ ଆସୁଥିଲା ବାପା । ହେଲେ ଝିଅ ପାଖରେ ପହଞ୍ଚିବା ଆଗରୁ ଚାଲିଯାଇଛି ଜୀବନ । ଦେଢ ମାସର ଝିଅ ବାପାଙ୍କୁ ଜାଣିବା ଆଗରୁ ସେ ଆଖି ବୁଜି ଦେଇଛନ୍ତି । ଆଖିରୁ ଲୁହ ଗଡାଇ ବାହୁନି ବାହୁନି କାନ୍ଦୁଛି ପତ୍ନୀ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ଗ୍ରାମର ଗୋବିନ୍ଦ ସାହୁ ପଶ୍ଚିମବଙ୍ଗରେ ଏକ ପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ। ୨୦୨୨ ଜୁନ୍ ମାସ ୧୦ତାରିରେ ଗୋବିନ୍ଦଙ୍କର ବିବାହ ହୋଇଥିଲା । ଗତ ଶୁକ୍ରବାର ଦେଢ ମାସର ଝିଅର ଦେହ ଅସୁସ୍ଥ ଥିବା ଖବର ପାଇ ପଶ୍ଚିମବଙ୍ଗରୁ କରମଣ୍ତଳ ଟ୍ରେନରେ ଘରକୁ ଫେରୁଥିବା ବେଳେ ବାହାନଗା ପାଖରେ ଗୋବିନ୍ଦଙ୍କର ଘଟିଥିଲା ମୄତ୍ୟୁ।
ଦୁର୍ଘଟଣା ଶୁଣିବା ପରେ ପତ୍ନୀ ବିଜୟାଲକ୍ଷ୍ମୀ ଫୋନ କରିବାରୁ ଲାଗିନଥିଲା। ବ୍ୟସ୍ତ ହୋଇ ଶ୍ୱଶୁର ରବିନ୍ଦ୍ରଙ୍କୁ କହିଥିଲେ ବୋହୁ। ରବିନ୍ଦ୍ର ଗାଁ ଲୋକଙ୍କୁ ଧରି ବାହାନଗା ଶବର ପାହାଡରେ ପୁଅକୁ ଖୋଜିଥିଲେ। ମୁଁ ମୁର୍ଖ ଲୋକ ଜାଣିନି କିଛି.. ମୋ ପୁଅକୁ ମୋତେ ଟିକେ ଖୋଜି ଦିଅ। ଆଉ ଶେଷରେ ପୁଅ ମିଳିଲା। ବୋଲି କହିଥିଲେ । ଶେଷରେ ବାପା ପୁଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଛନ୍ତି । ପୁଅର ମୃତ୍ୟୁରେ ଭାଙ୍ଗି ପଡିଛି ପୂରା ପରିବାର ।
Powered by Froala Editor