ଟ୍ରେନ୍ ଦୁର୍ଘଟଣା ପରେ ବସ୍ରେ ଯାଉଥିଲେ, ପୁଣି ଧକ୍କା ହେଲା ବସ୍
![ଟ୍ରେନ୍ ଦୁର୍ଘଟଣା ପରେ ବସ୍ରେ ଯାଉଥିଲେ, ପୁଣି ଧକ୍କା ହେଲା ବସ୍](https://odishanewslens.com/news_gallery/22017_1685813817.jpg)
ବାଲେଶ୍ୱରରେ ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ସ୍ଥଳରୁ ବହୁ ଆହତଙ୍କୁ ହସ୍ପିଟାଲ୍ ନିଆଯାଉଛି । ଏପରି ସ୍ଥିତିରେ ବାଲେଶ୍ୱରରୁ ଆହତମାନଙ୍କୁ ନେଇ ଯାଉଥବବା ଏକ ବସ୍ ପଶ୍ଚିମ ମେଦିନାପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଜାତୀୟ ରାଜପଥରେ ଜାମ୍ ଲାଗି ରହିଥିଲା ।
ମେଦିନାପୁର ନିକଟ ନ୍ୟାସନାଲ୍ ହାଇୱେ ୬୦ ରେ ଏହି ବସ୍ ଦୁର୍ଘଟଣା ହୋଇଛି । ଏକ ପିକ୍ ଅପ୍ ଭ୍ୟାନ୍ ଓ ବସ୍ ସାମ୍ନାସାମ୍ନି ହେବା ଦ୍ୱାରା ବହୁ ଲୋକ ସାମାନ୍ୟ ଆହାତ ମଧ୍ୟ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ଆହତଙ୍କୁ ଉଦ୍ଧାର କରି ଅଲଗା ଅଲଗା ଯାଗାକୁ ପଠାଇବାର ବ୍ୟବସ୍ଥା କରୁଛି । କିନ୍ତୁ ଏହି ଯାତ୍ରୀମାନେ ପୂର୍ବରୁ ହିଁ ଆହତ ହୋଇଥିବାରୁ ପୁଣି ଥରେ ଆହତ ହେବା ପରେ ଚିନ୍ତିତ ହୋଇପଡ଼ିଛନ୍ତି ।
Powered by Froala Editor