ଅତୀତ ବି ଥିଲା ଭୟଙ୍କର : ଲୌହ ଦାନବ ତଳେ ବୋହିଥିଲା ରକ୍ତ
ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ସମଗ୍ର ଦେଶବାସୀଙ୍କୁ ଗଭୀର ଝଟକା ଦେଇଛି। ଦୁର୍ଘଟଣାରେ ୨୮୦ରୁ ଅଧିକ ଯାତ୍ରୀ ମୃତାହତ ହୋଇଥିବା ବେଳେ ପ୍ରାୟ ୯ଶହରୁ ଅଧିକ ଯାତ୍ରୀ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ମାତ୍ର ବହୁ ମୃତଦେହ ଏଯାଏଁ ଚିହ୍ନଟ ହୋଇ ପାରୁନାହିଁ । ତେଣୁ ସେଗୁଡ଼ିକୁ କାହାକୁ ହସ୍ତାନ୍ତର କରାଯାଇ ପାରୁନଥିବା ସୂଚନା ମିଳିଛି । ଏ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ । ତେବେ ଏହା ପୂର୍ବରୁ ମଧ୍ୟ ଦେଶରେ ଏମିତି ଭୟାନକ ଦୁର୍ଘଟଣା ଘଟିଥିଲା ।
-୨୦୦୨ ସେପ୍ଟେମ୍ବର ୯ରେ ବିହାର ରଫିଗଞ୍ଜରେ ରେଳ ଦୁର୍ଘଟଣାରେ ୧୪୦ରୁ ଅଧିକ ମୃତ୍ୟୁବରଣ କରିଥିଲେ। ରାଜଧାନୀ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଥିଲା
-୨୦୧୧ ମସିହା ଜୁଲାଇ ୭ରେ ଛପ୍ରା-ମଥୁରା ଏକ୍ସପ୍ରେସ୍ ଏକ ବସ୍ ସହ ଉତ୍ତରପ୍ରଦେଶର ଇତାହ ନିକଟରେ ଧକ୍କା ହୋଇଥିଲା। ଏଥିରେ ୬୯ ଜଣଙ୍କ ଜୀବନ ଚାଲି ଯାଇଥିଲା। ଟ୍ରେନ୍ ଦ୍ରୁତ ଗତିରେ ଥିବାବେଳେ ବସ୍କୁ ଧକ୍କା ଦେଇ ଅଧ କିଲୋମିଟର ଯାଏ ଘୋଷାଡ଼ି ନେଇଥିଲା । ଭାରତୀୟ ରେଳ ଇତିହାସରେ ୨୦୧୨ ମସିହା ସବୁଠାରୁ ଖରାପ ବର୍ଷ ବୋଲି ବିବେଚନା କରାଯାଇଥିଲା। ଏହିବର୍ଷ ପାଖାପାଖି ୧୪ ଦୁର୍ଘଟଣା ଘଟିଥିଲା। କେଉଁଠି ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିଲା ତ ଆଉ କେଉଁଠି ମୁହାଁମୁହିଁ ଧକ୍କା ହୋଇଥିଲା।
-୨୦୧୨ ମସିହା ଜୁଲାଇ ୩୦ ତାରିଖରେ ନେଲ୍ଲୋରରେ ଦିଲ୍ଲୀ-ଚେନ୍ନାଇ ତାମିଲନାଡୁ ଏକ୍ସପ୍ରେସ୍ରେ ନିଆଁ ଲାଗି ଯାଇଥିଲା। ଏଥିରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
-୨୦୧୪ ମେ' ୨୬ରେ ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଅଞ୍ଚଳରେ ଗୋରଖଧାମ ଏକ୍ସପ୍ରେସ୍ ଦୁର୍ଘଟଣା ଘଟିଥିଲା। ଏକ୍ସପ୍ରେସ୍ଟି ଏକ ମାଲ୍ବାହୀ ଗାଡ଼ି ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ।
-୨୦୧୫ ମସିହା ମାର୍ଚ୍ଚରେ ଡେରାଡୁନରୁ ବାରଣାସୀ ଯାଉଥିବା ଜନତା ଏକ୍ସପ୍ରେସ୍ ଉତ୍ତରପ୍ରଦେଶର ରାଏବରେଲିରେ ବଚରାୱାନ୍ ରେଲ୍ୱେ ଷ୍ଟେସନ ନିକଟରେ ଲାଇନ୍ଚ୍ୟୁତ୍ ହୋଇଥିଲା। ଟ୍ରେନ୍ର ଇଞ୍ଜିନ ଓ ୨ଟି କୋଚ୍ ଲାଇନ୍ଚ୍ୟୁତ୍ ହୋଇଥିଲା। ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫୦ ଜଣ ଆହତ ହୋଇଥିଲେ
-୨୦୧୬ ମସିହା ନଭେମ୍ବର ୨୦ ତାରିଖରେ ଇନ୍ଦୋର-ପାଟଣା ଏକ୍ସପ୍ରେସ୍ ଲାନ୍ଚ୍ୟୁତ ହୋଇଥିବା ବେଳେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା।
-୨୦୧୭ ଅଗଷ୍ଟ ୧୯ରେ ହରିଦ୍ୱାର-ପୁରୀ ମଧ୍ୟରେ ଚାଲୁଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଉତ୍ତରପ୍ରଦେଶର ମୁଜଫରନଗରରେ ଦୁର୍ଘଟଣାର ସମ୍ମୁଖନ ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରେନ୍ର ୧୪ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା ବେଳେ ୨୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
-୨୦୨୨ ଜାନୁୟାରୀ ୧୩ ତାରିଖରେ ବିକାନିର-ଗୌହାଟି ଏକ୍ସପ୍ରେସ ପଶ୍ଚିମବଙ୍ଗରେ ଲାଇନ୍ଚ୍ୟୁତ୍ ହୋଇଥିବା ବେଳେ ୯ ଜୀବନ ଚାଲି ଯାଇଥିଲା ଓ ୩୬ ଜଣ ଗୁରୁତର ହୋଇଥିଲେ।
Powered by Froala Editor