କରମଣ୍ଡଳ ଟ୍ରେନ୍ ଟ୍ରାଜେଡି: ୨୩୩ ଛୁଇଁଲା ମୃତ୍ୟୁ ସଂଖ୍ୟା

ସୋର: ବାଲେଶ୍ଵର ଜିଲ୍ଲାର ବାହାନଗାରେ ଶୁକ୍ରବାର ଘଟିଥିବା ଛାତିଥରା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ୨୩୩ ଛୁଇଁଥିବା ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି। ତେବେ ଏବେ ମଧ୍ୟ ଟ୍ରେନର ଭଗ୍ନାବଶେଷ ତଳେ ଅନେକ ମୃତକ ଚାପି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାର୍ୟ୍ୟ ସରିବା ପରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ଥିବା ରିଲିଫ୍ କମିଶନର କହିଛନ୍ତି। ଦୁର୍ଘଟଣାରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ।
Powered by Froala Editor