ପବ୍ଲିକରେ Sex କରିଲାନି ବୋଲି ପ୍ରେମିକାର ଗଳା ଚିପି ପଥରରେ ଛେଚିଲା ପ୍ରେମିକ
ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପବ୍ଲିକରେ ସେକ୍ସ କରିବାକୁ ଚାହୁଁଥିଲେ, କିନ୍ତୁ ଗାର୍ଲଫ୍ରେଣ୍ଡ ଏହାକୁ ମନା କରି ଦେଇଥିଲେ । ଏହି କଥାରେ ରାଗି ଯାଇ ଯୁବକ ଜଣକ ପ୍ରେମିକାକୁ ହତ୍ୟା ଉଦ୍ୟମ କରିଛନ୍ତି।
ରିପୋର୍ଟରୁ ପ୍ରକାଶ, ବାନ୍ଦ୍ରା ସହରର ଏକ ସାର୍ବଜନୀନ ସ୍ଥାନରେ ପ୍ରେମିକାଙ୍କ ସହ ଅନ୍ତରଙ୍ଗ ହେବା (ଯୌନ ସଂପର୍କ ସ୍ଥାପନ)କୁ ମନା କରିବାରୁ ତାଙ୍କ ଗଳା ଚିପିଦେବା ଏବଂ ପଥରରେ ମୁଣ୍ଡ ପିଟିବା ଅଭିଯୋଗରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଯୁବତୀଙ୍କ ଅବସ୍ଥା ଏବେ ସ୍ଥିର ରହିଛି ଏବଂ ତାଙ୍କ ପ୍ରେମିକଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ପୋଲିସ କହିଛି ଯେ, ଆକାଶ ମୁଖାର୍ଜୀ ନାମକ ଜଣେ ଯୁବକ ଗାର୍ଲଫ୍ରେଣ୍ଡଙ୍କ ସହ ସାର୍ବଜନିକ ସ୍ଥାନରେ ସେକ୍ସ କରିବା ପାଇଁ ତାଙ୍କୁ କହିଥିଲେ । କିନ୍ତୁ ଯୁବତୀ ଜଣକ ଏ କଥାରେ ରାଜି ନ ହୋଇ ମନା କରି ଦେଇଥିଲେ । ତେବେ ଏହି କଥାରୁ ହଠାତ ରାଗି ଯାଇଥିଲେ ଯୁବକ । ଏାପରେ ପ୍ରେମିକାଙ୍କ ଗଳା ଚିପିଦେବା ସହିତ ମୁଣ୍ଡକୁ ପାଖରେ ଥିବା ଏକ ଚଟାଣରେ ପିଟି ଦେଇଥିଲେ ଆକାଶ । ଏହାବ୍ୟତୀତ ଗାର୍ଲଫ୍ରେଣ୍ଡଙ୍କୁ ଗୋଟିଏ ନାଳରେ ବୁହାଇ ଦେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ସେ । କିନ୍ତୁ ଯୁବତୀଜଣକ ପାଟି କରିବାରୁ ଲୋକମାନେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ସୂଚନା ଦେଇଥିଲେ ।
Powered by Froala Editor