ଦଶମ ବହିରୁ ପିରିୟଡିକ ଟେବୁଲ୍, ଗଣତନ୍ତ୍ର ବିଷୟ ହଟିଲା
ଏନ୍ସିଇଆରଟି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ କରାଯାଇଛି। ୧୦ମ ଶ୍ରେଶୀରେ ପଢ଼ୁଥିଲା ପିଲାମାନେ ଏଣିକି ପିରିୟୋଡିକ ଟେବୁଲ ବା ପର୍ଯ୍ୟାୟ ଶାରେଣୀ, ଗଣତନ୍ତ୍ର ଓ ଶକ୍ତିର ଉତ୍ସ ସମ୍ପର୍କରେ ଆଉ ଶିଖି ପାରିବେ ନାହିଁ। କାରଣ ସରକାର ଏହି ସବୁ ବିଷୟବସ୍ତୁକୁ ପିଲାଙ୍କ ପାଠ୍ୟକ୍ରମରୁ ହଟାଇ ଦେଇଛନ୍ତି। ଶିକ୍ଷାର୍ଥୀଙ୍କ ଉପରେ ପଡ଼ୁଥିବା ପାଠ ପଢ଼ାର ବୋଝ ହ୍ରାସ କରିବା ପାଇଁ ଏନସିଇଆରଇଟି ପ୍ରସ୍ତୁତ ବହିରେ ଏପରି ବ୍ୟବସ୍ଥା କରାଯାଇଛି।
ଥିଓରୀ ଅଫ ଇଭାଲ୍ୟୁଏସନ ପାଇଁ ବ୍ୟବହାର କରାଯାଉଥିବା ପିରିୟୋଡିକ ଟେବୁଲକୁ ହଠାତ୍ ୧୦ମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକୁ ହଟାଇବା ଦେବା ସମସ୍ତଙ୍କୁ ଚକିତ କରିଛି। ଏନସିଇଆରଟି ନୂଆ ବହି ଜାରି କରି ହଟା ଯାଇଥିବା ବିଷୟବସ୍ତୁ ସମ୍ପର୍କରେ ସୂଚିତ କରିଛି।
ଏନ୍ସିଇଆରଟି କହିଛି ଯେ, କରୋନା ମହାମାରୀ କାରଣରୁ ପିଲା ମାନଙ୍କ ଉପରେ ଥିବା ଚାପକୁ କମ୍ କରିବା ଆବଶ୍ୟକ ଥିଲା । ଦଶମରେ କଠିନତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । କିନ୍ତୁ ଦ୍ୱାଦଶରେ ପିଲା ମାନଙ୍କୁ ପିରିୟଡିକ ଟେବୁଲ ପଢିବାକୁ ପଡ଼ିବ ।
ସେହିଭଳି ଏହା ପୁର୍ବରୁ ଚଳିତ ବର୍ଷ ୧୦ ପାଠ୍ୟକ୍ରମରେ ପରିବର୍ତ୍ତନର ତତ୍ତ୍ୱ ବିଷୟ ହଟାଇବାକୁ ନେଇ ବିବାଦ ଦେଖା ଦେଇଥିଲା । ଏବେ ଏନ୍ସିଇଆରଟି ପକ୍ଷରୁ ଜାରି ନୂତନ ପାଠ୍ୟକ୍ରମରେ ପିରିୟଡିକ ଟେବୁଲ୍ ହଟାଇବାର ଖବର ଆସିଛି ।
Powered by Froala Editor