ତାମିଲନାଡୁରେ ମିଳିଲା ଆଲବିନୋ କାଉ
ତାମିଲନାଡୁର କୋଭିଲପଟ୍ଟୀ ଅଞ୍ଚଳରେ ବିରଳ ଧଳା ରଙ୍ଗର କାଉ ଦେଖିବାକୁ ମିଳିଛି । ଏହାକୁ ଆଲବିନୋ କାଉ କୁହାଯାଉଛି । ଏହା ହେଉଛି ଜେନେଟିକ୍ ମ୍ୟୁଟେସନ୍, ଯେଉଁ କାରଣରୁ ସେମାନଙ୍କଠାରେ ରଙ୍ଗର ଅଭାବ ଦେଖାଯାଉଛି । ଧଳା କାଉକୁ ଦେଖିଥିବା ବ୍ୟକ୍ତିଙ୍କ ନାମ ସୁନ୍ଦର ବୋଲି କୁହାଯାଉଛି ।
ସୁନ୍ଦର କହିଛନ୍ତି, 'ଏହି ପକ୍ଷୀ ବୁଦା ଉପରେ ବସିଥିଲା । ପ୍ରଥମେ ମୁଁ ଏହା କପୋତ ବୋଲି ଭାବିଥିଲି, କିନ୍ତୁ ଏହାର ସ୍ୱର ଶୁଣିବା ପରେ ମୁଁ ଜାଣିଲି ଯେ ଏହା ଏକ କାଉ । ମୁଁ ଆଶ୍ଚର୍ଯ୍ୟ ହୋଇଥିଲି ଏହାର ରଙ୍ଗ କିପରି ଧଳା । ମୋ ପରିବାର ସଦସ୍ୟଙ୍କୁ ମଧ୍ୟ ଦେଖାଇଥିଲି, ସେତେବେଳେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ତେବେ ଧଳା କାଉ ଦେଖା ଯିବା ପରେ କେହି କେହି ଏହାକୁ ଅଶୁଭ ସଙ୍କେତ ବୋଲି କହିଛନ୍ତି । ଏହାର ପ୍ରଭାବରେ କିଛି ରାଜ୍ୟରେ ରାଜନୈତିକ ଅସ୍ଥିରତା, ସଙ୍କଟ ଦେଖାଦେଇପାରେ ବୋଲି କୁହାଯାଉଛି । ଜ୍ୟୋତିଷ ଶାସ୍ତ୍ର କହିଛି ଯେ, 'ଆମେ ଏହାକୁ କେବଳ ଅନ୍ଧବିଶ୍ୱାସ ଭାବରେ ଅଣଦେଖା କରିପାରିବୁ ନାହିଁ ।
Powered by Froala Editor