ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ
ନିମାପଡା : ପୁଅର କୁରାଢ଼ି ଚୋଟରେ ବାପା ମୃତ। ପିପିଲି ଥାନା ସାନକଣ୍ଟି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ହୃଷିକେଶ ପ୍ରଧାନ (୬୦ ବର୍ଷ) ।
ବୁଧବାର ବିଳମ୍ୱିତ ରାତିରେ ପିପିଲି ଥାନା ସାନକଣ୍ଟି ଗ୍ରାମର ଜିତୁ ମଦ ନିଶାରେ ଚୂର ହୋଇ ଆସି ଘରେ ଝଗଡା କରିଥିଲେ । ବାପା-ପୁଅଙ୍କ ମଧ୍ୟରେ ଝଗଡା ଏତେ ତୀବ୍ର ହୋଇଥିଲା ଯେ, ପୁଅ ରାଗିଯାଇ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଘଟଣାସ୍ଥଳରେ ହିଁ ବାପା ହୃଷିକେଶଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସ ଛାନଭିନ୍ କରିଛି ।
Powered by Froala Editor