୨୦୨୪-୨୫ ଶିକ୍ଷା ବର୍ଷରୁ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା

୨୦୨୪-୨୫ ଶିକ୍ଷା ବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡା ବିଷୟବସ୍ତୁ ସ୍ଥାନ ପାଇବ। ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ। କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଏହି ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ କିକ୍ରେଟ ଖେଳକୁ ଫୋକସ କରିବାକୁ ଅଣ୍ଟା ଭିଡ଼ିଛି ବିଭାଗ । ସ୍କୁଲସ୍ତରରୁ ପିଇଟି ଶିକ୍ଷକମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ସହ ସ୍କୁଲରୁ ସବୁ କ୍ଷେତ୍ରରେ ପ୍ରତିଭାବାନ ଖେଳାଳି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ବିଶ୍ବରେ ଓଡ଼ିଶା ପାଲଟିଛି କ୍ରୀଡ଼ା ହବ । ବିଶ୍ବର ଶ୍ରେଷ୍ଠ ଷ୍ଟାଡ଼ିୟମ ମଧ୍ୟରେ କଳିଙ୍ଗ ଓ ବିର୍ସା ମୁଣ୍ଡା ଆଣିଛି ସ୍ବତନ୍ତ୍ର ପରିଚୟ । ୧୫ ମାସ ମଧ୍ୟରେ ନିର୍ମାଣ ହୋଇ ରାଉଲକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ ବିଶ୍ବର ସର୍ବାଧିକ ଆସନ ବିଶିଷ୍ଟ ହକି ଷ୍ଟାଡ଼ିୟମ ଭାବେ ଗିନିଜ ବୁକ ଅଫ ଓ୍ବାଲ୍ଡ ରେକର୍ଡ଼ କରିଛି ।
ଆଗକୁ ତୃଣମୂଳସ୍ତରୁ କ୍ରୀଡ଼ାର ବିକାଶ ସହ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ପାଇଁ କ୍ରୀଡ଼ା ଭିତ୍ତିଭୂମି ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛି କ୍ରୀଡ଼ା ବିଭାଗ । ଯେଉଁଥିରେ ରହଛି ବିର୍ସା ମୁଣ୍ଡା, ଆଥଲେଟିକ୍ସ ଷ୍ଟାଡ଼ିୟମ, କଳିଙ୍ଗ ଷ୍ଟାଡ଼ିୟମ ଟେନିସ ସେଣ୍ଟର, କେନ୍ଦୁଝରର ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ । ଏସବୁ ସ୍ଥାନରେ କ୍ରୀଡ଼ାବିତମାନଙ୍କୁ ଶୀର୍ଷସ୍ତରୀୟ ତାଲିମ ସୁବିଧା ଯୋଗାଇ ଦିଆଯାଇଛି ।
Powered by Froala Editor