୧୦୦ ମିଟର ଯାଏଁ ସ୍କୁଟିକୁ ଘୋଷାଡି ନେଲା ସ୍କର୍ପିଓ: ୪ ମୃତ
ଲକ୍ଷ୍ନୌ : ସ୍କୁଟିକୁ ଧକ୍କା ଦେଲା ସ୍କର୍ପିଓ । ୧୦୦ ମିଟର ଯାଏଁ ଘୋଷାଡି ହୋଇଗଲା ସ୍କୁଟି । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଘଟିଛି ଏହି ଦୁର୍ଘଟଣା । ମଧ୍ୟରାତ୍ରୀରେ ଖୀପ୍ରଗତିରେ ଯାଉଥିବା ଏକ ସ୍କର୍ପିଓ ରାସ୍ତାରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ସ୍କୁଟିରେ ଦମ୍ପତିଙ୍କ ସହ ୨ ପିଲା ସ୍କୁଟିରେ ରହିଥିଲେ ।
ସ୍କର୍ପିଓ ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍କୁଟିରେ ଥିବା ସମସ୍ତେ ୧୦୦ମିଟର ଯାଏଁ ଘୋଷାରି ହୋଇଯାଇଥିଲେ । ସ୍କର୍ପିଓ ଯାଇ ଏକ ଗଛ ସହିତ ଧକ୍କା ହେବା ପରେ ଅଟକିଥିଲା । ଆଉ ଏହାପରେ ସମସ୍ତଙ୍କୁ ସ୍କର୍ପିଓରୁ ଟାଣି ବାହାର କରାଯାଇଥିଲା ।
ଏହାପରେ ଲୋକମାନେ ଦମ୍ପତି ଏବଂ ଉଭୟ ପିଲାଙ୍କୁ ବାହାର କରି ତୁରନ୍ତ ଡାକ୍ତରଖାନାକୁ ପଠାଇଲେ । ମେଡିକାଲରେ ଡାକ୍ତରମାନେ ଚାରିଜଣଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସର ସୂଚନା ଅନୁଯାୟୀ ସ୍କୁଟି ଡ୍ରାଇଭର ସୀତାପୁରର ୩୫ ବର୍ଷିୟ ରାମ ସିଂ ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ରାମ ସିଂଙ୍କ ପତ୍ନୀ ଏବଂ ତାଙ୍କର ଦୁଇ ପିଲା ଅଛନ୍ତି।
Powered by Froala Editor