ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଜୟାକିଶୋରୀ
ବାଗେଶ୍ବର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ପ୍ରବଚକ ଜୟା କିଶୋରୀଙ୍କ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜୟା କିଶୋରୀ। ଜୟା କିଶୋରୀ କହିଛନ୍ତି, ଏହି ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ। ମୁଁ ଜାଣିନାହିଁ ଏଭଳି ଚର୍ଚ୍ଚା କେମିତି ଓ କାହିଁକି ଆରମ୍ଭ ହେଲା। କାରଣ ଏପର୍ଯ୍ୟନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହ ଦେଖା ହୋଇନାହିଁ। ତାଙ୍କ ବିଷୟରେ ମୁଁ ବେଶି କିଛି ଜାଣିନାହିଁ । ସତ୍ୟତା ନଜାଣି ଏଭଳି ଚର୍ଚ୍ଚା କରିବାକୁ ମୁଁ ପସନ୍ଦ କରୁନାହିଁ। ମୁଁ ଆଧ୍ୟାତ୍ମବାଦୀ ହୋଇଥିବାରୁ ଏଭଳି ଚର୍ଚ୍ଚା ମୋ ଉପରେ ପ୍ରଭାବ ପକାଇଲା ନାହିଁ। ହେଲେ ଜଣେ ସାଧାରଣ ଯୁବତୀଙ୍କ ମାନସିକ ଅବସ୍ଥା ଉପରେ ନିଶ୍ଚୟ ଭାବରେ ପ୍ରଭାବ ପକାଇବ।
ନିଜ ବିବାହ ଯୋଜନା ବିଷୟରେ ସେ କହିଥିଲେ ଯେ, ଯେତେବେଳେ ମୋର ବିବାହ ହେବ, ମୁଁ ନିଶ୍ଚୟ ସମସ୍ତଙ୍କୁ ଜଣାଇବି।
Powered by Froala Editor