ଆଜି ସରୁଛି ରାଜ୍ୟପାଳଙ୍କ କାର୍ୟ୍ୟକାଳ

ଭୁବନେଶ୍ବର : ଆଜି ସରୁଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ୟ୍ୟକାଳ । ୨୦୧୮ ମସିହା ମେ’ ମାସ ୨୫ତାରିଖରେ ପ୍ରଫେସର ଗଣେଶୀ ଲାଲ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ସତ୍ୟପାଲ ମଲ୍ଲିକ ସେହି ସମୟରେ ବିହାର ସହ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।
ପ୍ରଫେସର ଗଣେଶୀ ଲାଲ୍ ଗଣିତ ବିଭାଗର ଜଣେ ସୁନାମଧନ୍ୟ ପ୍ରଫେସର । ସେ ହରିୟାଣା ବିଜେପିର ରାଜ୍ୟ ସଭାପତି ତଥା ହରିୟାଣା ବିକାଶ ପାର୍ଟି ଓ ବିଜେପିର ମିଳିତ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଓଡିଶାର ୨୫ତମ ରାଜ୍ୟପାଳ ଭାବେ ଦାୟିତ୍ୱ ଭାର ସମ୍ଭାଳିଥିଲେ । କୋଭିଡ୍ ଯୋଗୁଁ ସେ ତାଙ୍କ ପତ୍ନୀ ସୁଶିଳା ଦେବୀଙ୍କୁ ହରାଇଥିଲେ । ତଥାପି ସେହି ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିନଥିଲେ ।
ତେବେ ତାଙ୍କ ସ୍ଥାନରେ କିଏ ନୂଆ ରାଜ୍ୟପାଳ ହେବ ତାହା ଏ ପର୍ୟ୍ୟନ୍ତ ଘୋଷଣା କରାଯାଇନାହିଁ । ତେଣୁ ସେ ପୁଣି ତାଙ୍କ ପଦବୀରେ କାର୍ୟ୍ୟ ଜାରି ରଖିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
Powered by Froala Editor