ଆଫଗାନିସ୍ତାନରେ ଭୂମିକମ୍ପ : ଥରିଲା ଜମ୍ମୁଠୁ ଦିଲ୍ଲୀ
ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ପ୍ରଭାବରେ ଜମ୍ମୁ ଓ କଶ୍ମୀର ଏବଂ ଦିଲ୍ଲୀରେ ମୃଦୁ ଭୂକମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟକା ଲାଗିବା ପରେ ଭୟଭୀୟ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ । ଏହି ଭୂମିକମ୍ପଜନିତ କୌଣସି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ହସ୍ତଗତ ହୋଇନାହିଁ।
‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି, ପୂର୍ବାହ୍ନ ପ୍ରାୟ ୧୧.୧୯ରେ ଆଫଗାନିସ୍ତାନର ଫୈଜାବାଦର ଦକ୍ଷିଣପୂର୍ବକୁ ୭୦ କିଲୋମିଟର୍ ଦୂରରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ଭୂଗର୍ଭର ୨୨୦ କିଲୋମିଟର୍ ଅଭ୍ୟନ୍ତରରେ। ଏହି ଭୂମିକମ୍ପ ପ୍ରଭାବରେ ପାକିସ୍ତାନ, ଜମ୍ମୁ ଓ କଶ୍ମୀରର ଶ୍ରୀନଗର ଏବଂ ପୁଞ୍ଚ ସମତେ ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ ପ୍ରାନ୍ତରେ କମ୍ପନ ଅନୁଭୂତ ହୋଇଛି।
Powered by Froala Editor