ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ

ଟାଙ୍ଗୀ : ମୟୁର ଝାଲିଆ କମାଗୁରୁ ରାସ୍ତାରେ ଦନ୍ତା ଆତଙ୍କ । ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ ନାଟିମୀ ଗ୍ରାମର ସତ୍ୟ ଵେହେରା (୫୬ ବର୍ଷ)।
ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ ନାଟିମୀ ଗ୍ରାମର ୩ ଜଣ ବ୍ୟକ୍ତି କମାଗୁରୁ ଗ୍ରାମକୁ ସାଇକେଲରେ କୂଅ ଖୋଳିବାକୁ ଯାଉଥିଲେ। ସାଇକେଲରେ ଯାଉଥିବା ବେଳେ ଟାଙ୍ଗୀ ବ୍ଲକ ଅଧିନସ୍ଥ କମାଗୁରୁ ଗ୍ରାମ ନିକଟରେ ହଠାତ୍ ଏକ ଦନ୍ତା ଜଙ୍ଗଲରୁ ବାହାରି ଆସିଥିଲା। ଦନ୍ତାକୁ ଦେଖି ୨ ଜଣ ଦୌଡି ପଳାଇଥିଲେ। ହେଲେ ସତ୍ୟ ବେହେରା ଯାଇ ନପାରିଵାରୁ ସେଠାରେ ଦନ୍ତା ଆକ୍ରମଣ କରିଥିଲା। ଦନ୍ତା ଆକ୍ରମଣରେ ଘଟଣା ସ୍ଥଳରେ ହିଁ ସତ୍ୟ ବେହେରାଙ୍କର ମୃତ୍ୟୁ ହୋଇଥିଲା।
Powered by Froala Editor