ସୁପ୍ରିମକୋର୍ଟରେ ନୂଆ ସଂସଦ ଭବନ ଉଦ୍ଘାଟନୀ ପ୍ରସଙ୍ଗ, ଜନସ୍ବାର୍ଥ ମାମଲା ରୁଜୁ
ନୂତନ ସଂସଦ ଭବନର ଉଦ୍ଘାଟନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ନୂତନ ସଂସଦ ଭବନ ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ଉଦ୍ଘାଟନ କରାଇବା ପାଇଁ ଲୋକସଭା ସଚିବାଳୟ ଏବଂ କେନ୍ଦ୍ର ସରକାଙ୍କୁ ନିର୍ଦେଶ ଦିଆଯାଉ ବୋଲି ନିବେଦନ କରି ଆଜି ସୁପ୍ରିମ୍ କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି।
ପିଟିସନରେ ଲୋକ ସଭା ସଚିବାଳୟ ଏବଂ ଭାରତ ସରକାରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଦ୍ଘାଟନ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ଆଡଭୋକେଟ ସିଆର୍ ଜୟା ସୁକିନ ଏହି ଆବେଦନ କରିଛନ୍ତି।
ଏହି ଆବେଦନରେ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କୁ ଉଦ୍ଘାଟନୀ ସମାରୋହରୁ ବାଦ୍ ଦେଇ ଭାରତ ସରକାର ଭାରତୀୟ ସମ୍ବିଧାନର ଉଲ୍ଲଂଘନ କରିଛନ୍ତି। ଉଦ୍ଘାଟନୀ ଉତ୍ସବକୁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ଅଶୋଭନୀୟ କଥା। ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ। ଶିଳାନ୍ୟାସ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ଡକାଗଲା ନାହିଁ କାହିଁକି? ଏବେ ଉଦ୍ଘାଟନୀ ଉତ୍ସବକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ଡକାଯାଇନି। ସରକାରଙ୍କ ନିଷ୍ପତ୍ତି ଯୁକ୍ତିଯୁକ୍ତ ନୁହେଁ ବୋଲି ଉକ୍ତ ପିଟିସନ୍ରେ କୁହାଯାଇଛି। ଅନ୍ୟପଟେ, ଏହାକୁ ବିରୋଧ କରି ୧୯ଟି ଦଳ ନୂତନ ସଂସଦ ଭବନର ଉଦ୍ଘାଟନୀ ସମାରୋହକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି।
Powered by Froala Editor