ଏଣିକି ପ୍ରତି ପଞ୍ଚାୟତକୁ ମୋ ବସ୍ ଚଳାଇବାକୁ ନିଷ୍ପତ୍ତି
ଭୁବନେଶ୍ୱର: ଲୋକଙ୍କୁ ଯାତାୟାତ କ୍ଷେତ୍ରରେ ସୁବିଧା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ‘ମୋ ବସ’ ଏକ ଯୁଗାନ୍ତକାରୀ ପଦକ୍ଷେପ । ରାଜ୍ୟର ବିଭିନ୍ନ ସହର ସମେତ ବିଭିନ୍ନ ପୌରପାଳିକାରେ ଏହା ଚାଲୁଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲେ ଏଣିକି ପ୍ରତି ପଞ୍ଚାୟତକୁ ମୋ ବସ୍ ଚଳାଇବାକୁ ନିଷ୍ପତ୍ତି । ବ୍ଲକ୍ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ୍ । ଏନେଇ ସୂଚନା ଦେଲେ ପରିବହନ ସଚିବ ଊଷା ପାଢୀ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳକୁ ଦିଆଯିବ ପରିବହନ ସୁବିଧା । ପ୍ରଥମ ଫେଜରେ ପାଇଲଟ ପ୍ରୋଜେକ୍ଟରେ ୬ଟି ଜିଲ୍ଲାରେ ମୋ ବସ୍ଚା ଲିବ । କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ମଧ୍ୟ ଚାଲିବ ମୋ ବସ୍ ।
Powered by Froala Editor