ବ୍ୟସ୍ତବହୁଳ ରାସ୍ତାରେ ରିଲ୍ସ କରି ଫସିଲେ : କନିଆ ନାଁରେ କଟିଲା ୩୦ ହଜାର ଫାଇନ
କାର ବନେଟ ଉପରେ ବସି ରିଲ୍ସ କରିବା ମହଙ୍ଗା ପଡିଛି ଯୁବତୀଙ୍କୁ । ପୁଲିସ ୨ଟି ଚାଲାଣ କାଟି ୩୦ ହଜାର ଟଙ୍କାର ଜରିମାନା ଆଦାୟ କରିଛି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏ ଘଟଣା ଘଟିଛି ।
ଯୁବତୀଜଣକ ଉତ୍ତରପ୍ରଦେଶର ପ୍ରୟାଗରାଜର ବର୍ଣ୍ଣିକା ଚୌଧୁରୀ ବୋଲି ଜଣାଯାଇଛି। ବର୍ଣ୍ଣିକା ପ୍ରଥମେ ଏକ ସଫାରୀ କାର୍ର ବନେଟ ଉପରେ ବସି ରିଲ୍ କରିଥିଲେ। କନିଆ ଗେଟ୍ଅପ୍ରେ ଥିବା ବର୍ଣ୍ଣିକା କାର୍ର ବନେଟ୍ ଉପରେ ବସି ବ୍ୟସ୍ତବହୁଳ ସଡ଼କରେ ରିଲ୍ କରିବାରେ ବ୍ୟସ୍ତ ଥିଲେ। ତାଙ୍କ ଆଗେ ଆଗେ ଜଣେ କ୍ୟାମେରାମ୍ୟାନ୍ ବି ଯାଉଥିଲେ। ଏହାପରେ ସେ ଏକ ସ୍କୁଟିରେ ବସି ବିନା ହେଲମେଟରେ ରିଲ୍ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ଏହାର ଖୋଳତାଡ଼ ଆରମ୍ଭ କରି ଦେଇଛି। ବ୍ୟସ୍ତବହୁଳ ରାସ୍ତାରେ ଏପରି ଘଟଣାକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି । ପ୍ରଥମ ଘଟଣାରେ ତାଙ୍କ ଉପରେ ୧୫, ୫ଶହ ଟଙ୍କା ଫାଇନ୍ ପଡ଼ିଥିବା ବେଳେ ଦ୍ୱିତୀୟ ଘଟଣାରେ ୧୫ ହଜାର ଟଙ୍କାର ଚାଲାଣ ପଡ଼ିଛି।
Powered by Froala Editor