ମହାନଦୀରେ ଭାସୁଛି ଅଜଣା ମୃତଦେହ
ଆଠଗଡ଼: ମହାନଦୀରେ ଭାସୁଛି ଅଜଣା ମୃତଦେହ । ମୁଣ୍ଡଳୀ ବ୍ରିଜ ଠାରୁ ୨ କିମି ଦୂର ଆଠଗଡ଼ ଖୁଣ୍ଟୁଣୀ ଥାନା ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ଭାସୁଛି ମୃତଦେହ । ଘଟଣାସ୍ଥଳରେ ଖୁଣ୍ଟୁଣୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଦୁଇ ଦିନ ତଳେ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ରଖି ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଐଶର୍ୟ୍ୟା ପରିଜା ନିଖୋଜ ହୋଇଥିଲେ । ଏହା ତାଙ୍କର ମୃତଦେହ ବୋଲି ସନ୍ଦେହ କରାଯାଉଛି । ସୋମବାର ଦିନ ମହାନଦୀ କୂଳରେ ମୃତଦେହ ଭାସୁଥିବାର ସ୍ଥାନୀୟଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଅଗ୍ନିଶମ ବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।
ତେବେ ଯୁବତୀ ଜଣଙ୍କ କଳାରଙ୍ଗର ପ୍ୟାଣ୍ଟ ଏବଂ ବ୍ଲୁ ରଙ୍ଗର ସାର୍ଟ ପିନ୍ଧିଛନ୍ତି । ଦୁଇ ଦିନ ତଳେ ମୁଣ୍ଡଳୀ ବ୍ରିଜ୍ ଉପରେ ସ୍କୁଟି ରଖି ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଜଣେ ଯୁବତୀ ନିଖୋଜ ହୋଇଥିଲା । ଏବେ ଜଣେ ଯୁବତୀଙ୍କ ମୃତଦେହ ମିଳିଛି । ଏହା ସେହି ଯୁବତୀଙ୍କର ବୋଲି ସନ୍ଦେହ କରାଯାଉଛି ।ଖୁଣ୍ଟୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
Powered by Froala Editor