ସିବିଆଇରେ ହାଜର ହେଲେ ଅଭିଷେକ ବାନାର୍ଜୀ
ଶିକ୍ଷକ ନିଯୁକ୍ତିରେ ଅନିୟମିତତା ମାମଲାରେ ସିବିଆଇରେ ହାଜର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତୀ ମମତା ବାନାଜୀଙ୍କ ପୁତୁରା ତଥା ଟିଏମ୍ସି ନେତା ଅଭିଷେକ ବାନାର୍ଜୀ । ସେଠାରେ ସେ ଜେରାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ନିକଟରେ ଏହି ମାମଲାରେ କୋଲକାତା ହାଇକୋର୍ଟ ଇଡି ଏବଂ ସିବିଆଇ ତାଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଅଭିଷେକ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି।
ସିବିଆଇର କୋଲକତା ନିଜାମ ପ୍ୟାଲେସ୍ସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଥିଲେ ଅଭିଷେକ । ସେଠାରେ ସେ ଘନ ଘନ ଜେରାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ନିଜ ପୁତୁରାକୁ ସିବିଆଇ ପଚରାଉଚରା କରିବା ଘଟଣାକୁ ମମତା ବାନାର୍ଜୀ ସହଜେ ହଜମ କରି ନ ପାରି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ।
ଏହି ମାମଲାରେ ସିବିଆଇ ଯାଞ୍ଚରୁ ବର୍ତ୍ତିବାକୁ ଗତ ୧୮ ତାରିଖରେ ଅଭିଷେକ କୋଲକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମାତ୍ର ସେଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଶିକ୍ଷକ ନିଯୁକ୍ତି ଘୋଟାଲାରେ ସିବିଆଇ, ଇଡି ପରି ଏଜେନ୍ସି ତାଙ୍କୁ ପଚରାଉଚରା କରି ପାରିବେ ବୋଲି ଅନୁମତି ଦେଇଥିଲେ ହାଇକୋର୍ଟ ।
Powered by Froala Editor