ବଜାରରୁ ଚାଲିଯିବ ୨୦୦୦ ଟଙ୍କିଆ ନୋଟ୍
୨ ହଜାର ଟଙ୍କିଆ ନୋଟ୍ ନେଇ ରିଜର୍ଭ ବ୍ୟାଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି। ମେ’ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରୁ ବଦଳାଇ ହେବ ଏହି ନୋଟ୍। ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଥରକେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବଦଳାଇ ହେବ। ଅନ୍ୟପଟେ ଗ୍ରାହକମାନଙ୍କୁ ଆଉ ୨ ହଜାର ଟଙ୍କିଆ ନୋଟ୍ ନଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ହୋଇଛି।
ଏତେ ବଡ ନିଷ୍ପତ୍ତି କ’ଣ ପାଇଁ ?
ଏହି ନିଷ୍ପତ୍ତି ସଂପର୍କରେ ରିଜର୍ଭ ବ୍ୟାଙ୍କ କେତେକ କାରଣ ଦର୍ଶାଇଛି । ୨୦୧୬, ନଭେମ୍ବର ମାସରେ ହୋଇଥିବା ବିମୁଦ୍ରୀକରଣ ପରେ ଲୋକମାନଙ୍କ ବର୍ଦ୍ଧିତ ନୋଟ ଚାହିଦା ମେଣ୍ଟାଇବାକୁ ୨ ହଜାର ଟଙ୍କିଆ ନୋଟ ଛଡ଼ାଯାଇଥିଲା । କିନ୍ତୁ ଏବେ ବଜାରରେ ୫୦୦ ଟଙ୍କିଆ ଓ ଅନ୍ୟ ପରିମାଣର ନୋଟ ଯଥେଷ୍ଟ ପରିମାଣରେ ଉପଲବ୍ଧ ଥିବାରୁ ସାଧାରଣ ଲୋକଙ୍କ ପାଇଁ ୨ ହଜାର ଟଙ୍କିଆ ନୋଟର ଆବଶ୍ୟକତା ହ୍ରାସ ପାଇଛି । ରିଜର୍ଭ ବ୍ୟାଙ୍କ ୨୦୧୮-୧୯ରୁ ୨ ହଜାର ଟଙ୍କିଆ ନୋଟ ଛାପା ବନ୍ଦ କରିଦେଇଛି । ଏବେ ବଜାରରେ ଥିବା ଅଧିକାଂଶ ୨ ହଜାର ଟଙ୍କିଆ ନୋଟ ୨୦୧୭ ପୂର୍ବରୁ ଛପା ହୋଇଥିଲା । ଏଣୁ ନୋଟଗୁଡ଼ିକର ସ୍ବାଭାବିକ ଜୀବନ ସମୟ ୪ରୁ ୫ ବର୍ଷ ଅତିକ୍ରମ ହୋଇଯାଇଛି ।
ତେଣେ ବଜାରରେ ୨ ହଜାର ଟଙ୍କିଆ ନୋଟ୍ ନେଣଦେଣ କମିଥିବା ଦେଖିବାକୁ ମିଳିଥିଲା। ଏଟିଏମ୍ରେ ମଧ୍ୟ ଏହି ନୋଟ୍ ଦେଖିବାକୁ ମିଳୁ ନ ଥିଲା। ଏଣୁ ଏହାର ପ୍ରତ୍ୟାହାର ପାଇଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି ।
Powered by Froala Editor