ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ କେ. ଭି. ବିଶ୍ବନାଥନ୍
ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ପ୍ରଶାନ୍ତ ମିଶ୍ରା ଏବଂ ବରିଷ୍ଠ ଆଡ୍ଭୋକେଟ୍ କେ. ଭି. ବିଶ୍ବନାଥନଙ୍କୁ ଆଜି ଶପଥ ପାଠ କରାଯାଇଛି। ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସେମାନଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସୁପ୍ରିମ୍ କୋର୍ଟ ୱେବ୍ସାଇଟ୍ରେ ମଧ୍ୟ ଲାଇଭ୍-ଷ୍ଟ୍ରିମ୍ କରାଯାଇଥିଲା।
ଜଷ୍ଟିସ ମିଶ୍ରା ଓ ଜଷ୍ଟିସ ବିଶ୍ବନାଥଙ୍କୁ ବିଚାରପତି କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ସୁପ୍ରିମ୍ କୋର୍ଟରେ ବିଚାରପତି ମିଶ୍ରା ଏବଂ ବିଶ୍ବନାଥନଙ୍କୁ ନିଯୁକ୍ତି କରିବା ଲାଗି ଗୁରୁବାର ଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଟୁଇଟ୍ କରି ଏ କଥା ସୁନିଶ୍ଚିତ କରିଥିଲେ। ରାଷ୍ଟ୍ରପତିଙ୍କ ମୋହର ପରେ ଆଜି ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ଦୁଇ ନୂତନ ବିଚାରପତିଙ୍କ ଶପଥ ପାଠ କରାଇଛନ୍ତି । ତେବେ ଏହି ଦୁଇ ଜଣ ବିଚାରପତିଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ତତ୍ସହିତ ସମସ୍ତ ବିଚାରପତି ଆସନ ପୂରା ହୋଇଛି।
Powered by Froala Editor