ଲୋକମାନେ ମାଗଣା ଉପହାରର ଲୋଭରେ ପଡ଼ିଗଲେ : ବୋମ୍ମାଇ
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ହୋଇଛି। ଯାହା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ମନ୍ଥନ ଚାଲିଛି। ଏହି ସମୟରେ ବିଧାନସଭା ନିର୍ବାଚନରେ ବିଜେପି ଅଭିଯାନର ନେତୃତ୍ୱ ନେଇଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ କହିଛନ୍ତି ଯେ କଂଗ୍ରେସ ଏହାର ଅଭିଯାନ ଶୀଘ୍ର ଆରମ୍ଭ କରିଥିଲା । ସେ କହିଛନ୍ତି, “ଲୋକମାନେ ‘ମାଗଣା ଉପହାରର ଲୋଭରେ ପଡ଼ିଗଲେ।
ବ୍ୟକ୍ତିଗତ ଭାବେ ମୁଁ ଅନୁଭବ କରୁଛି ଯେ କଂଗ୍ରେସ ଅଧିକ ସଂଗଠିତ ହୋଇଛି। ବିଜେପି ପୁର୍ବରୁ କଂଗ୍ରେସ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଥିଲା। ବିଜେପି ସରକାର ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମଧ୍ୟ ସଠିକ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିପାରିଲା ନାହିଁ। ଆମେ(ବିଜେପି) ନିଷ୍ପତ୍ତି ଟିକେ ବିଳମ୍ବରେ ନେଲୁ । ଏହା ଛଡା ବିଳମ୍ବରେ କାମ କଲୁ । ସେ କହିଛନ୍ତି, ଯଦିଓ ବିଜେପି ସରକାର ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା କିନ୍ତୁ ସଠିକ୍ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିପାରିନଥିଲା।
ସେ କହିଛନ୍ତି ବିଜେପିକୁ ମିଳିଥିବା ଭୋଟରେ କୌଣସି ପରିବର୍ତ୍ତନ ହୋଇନାହିଁ | ଦକ୍ଷିଣ କର୍ଣ୍ଣାଟକ ଯାହାକୁ ଜେଡି (ଏସ୍) ଗଡ଼ ବୋଲି କୁହାଯାଏ, ସେହି ଦଳର ପାଞ୍ଚ ପ୍ରତିଶତ ଭୋଟ୍ କଂଗ୍ରେସ ଆଡକୁ ଯାଇଛି। ୨୦୧୮ଠାରୁ ବିଜେପି ନିଜର ୩୬ ପ୍ରତିଶତ ଭୋଟ୍ ବଜାୟ ରଖିଛି, କିନ୍ତୁ କଂଗ୍ରେସର ଭୋଟ୍ ପ୍ରତିଶତ ୩୮.୧ ପ୍ରତିଶତରୁ ୪୨.୯ ପ୍ରତିଶତକୁ ବୃଦ୍ଧି ପାଇଛି। ଜେଡି (ଏସ୍)ର ଭୋଟ୍ ପ୍ରତିଶତ ୧୮.୩ ରୁ ୧୩.୩ ପ୍ରତିଶତକୁ ଖସି ଆସିଛି।
Powered by Froala Editor