କର୍ଣ୍ଣାଟକରେ ଏକଚାଟିଆ ଶାସନ ଶେଷ ହୋଇଛି : ଉଦ୍ଧବ
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁ ସଂଖ୍ୟାରେ ଜିତିଛି। ଭାଜପା ପରାଜୟର ସମ୍ମୁଖୀନ ହୋଇଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ବିଷୟରେ ଖୁସି ବ୍ୟକ୍ତ କରିଛନ୍ତି। ଭାଜପାକୁ ସେ କହିଛନ୍ତି କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ଦେଶରେ ଏକଚାଟିଆ ଶାସନ ଶେଷ ହୋଇଛି । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଦ୍ୱାରା ଦେଶର ରାଜନୀତିରେ ଏକ ନୂତନ ଦିଗ ଏବଂ ଆଶାର ନୂଆ କିରଣ ଦେଖାଇଛି। ଏହା ହେଉଛି ୨୦୨୪ ଲୋକସଭା ନିର୍ବାଚନର ବିଜୟର ଆରମ୍ଭ। ଏହା ସହିତ ସେ କଂଗ୍ରେସର ପ୍ରମୁଖ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
କର୍ଣ୍ଣାଟକବାସୀଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ସେ ଅଭିନନ୍ଦନ ଜଣାଇଛନ୍ତି। ଲୋକମାନେ ନିର୍ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସ୍ଥାପନା କରାଯାଇଥିବା ସରକାରଙ୍କୁ କ୍ଷମତାକୁ ହଟାଇ ଦେଇଛନ୍ତି ବୋଲି କହିଛନ୍ତି ।
Powered by Froala Editor