ସର୍ତ୍ତ ମାନିଲେ କଂଗ୍ରେସ, ବିଜେପି ସହ ମେଣ୍ଟ କରିବୁ : କୁମାରସ୍ବାମୀ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ବିଜେପି କିମ୍ବା କଂଗ୍ରେସ ସହିତ ମେଣ୍ଟ କରିବ ବୋଲି ଏଚଡି କୁମାରସ୍ବାମୀ କହିଛନ୍ତି । ଜେଡିଏସ ମୁଖ୍ୟଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳର ମୁଖ୍ୟ ଏଚଡି କୁମାରସ୍ବାମୀ କହିଛନ୍ତି ଯେ, ଦଳ ନିଜ ସର୍ତ୍ତରେ ବିଜେପି କିମ୍ବା କଂଗ୍ରେସ ସହିତ ମେଣ୍ଟ ସରକାର ଗଠନ କରିବ। ଯାହା ସହିତ ମେଣ୍ଟ କରିବୁ, ସେ ଜେଡିଏସର ଦୁର୍ଗଭାବେ ପରିଚିତ ହାସାନ ଓ ମାଣ୍ଡ୍ୟାରୁ ଦୂରେଇ ରହିବେ ବୋଲି ପ୍ରତିଶ୍ରୁତି ଦେବେ।
କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି ଅଧିକାଂଶ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଥିବାରୁ ଜେଡିଏସ୍ ଉଭୟ କଂଗ୍ରେସ ଓ ବିଜେପି ସହ ମେଣ୍ଟ କରିବାର ସଙ୍କେତ ପାଇଛି ବୋଲି ଗୁରୁବାର ଦିନ ତନବୀର ଅହମ୍ମଦ ଦାବି କରିଥିଲେ। ଏଭଳି ସ୍ଥିତିରେ ଜେଡିଏସ୍ କ’ଣ କରିବ ତାହା ସ୍ଥିର ହୋଇସାରିଛି ବୋଲି ସେ କହିଥିଲେ ।
ସେହିପରି ଜେଡିଏସ୍ ରାଜ୍ୟ ମୁଖ୍ୟ ସିଏମ୍ ଇବ୍ରାହିମ ଦଳର ପୂର୍ବତନ ମୁଖପାତ୍ର ତନବୀର ଅହମ୍ମଦଙ୍କ ବୟାନକୁ ଖାରଜ କରିଦେଇଛନ୍ତି । ସେ କହିଛନ୍ତି, ତନବୀର ଅହମ୍ମଦ ଆମର ମୁଖପାତ୍ର ନୁହଁନ୍ତି। ସେ ଆମ ଦଳର ସଦସ୍ୟ ନୁହଁନ୍ତି। ସେ ବହୁ ପୂର୍ବରୁ ଆମକୁ ଛାଡି ଚାଲିଯାଇଥିଲେ । ଆମେ ମେଣ୍ଟ ଉପରେ କିଛି ନିଷ୍ପତ୍ତି ନେଇନାହୁଁ।
Powered by Froala Editor