ଏକଜିଟ୍ ପୋଲ ରିପୋର୍ଟ : କର୍ଣ୍ଣାଟକାରେ ଝୁଲା ବିଧାନସଭା
କର୍ଣ୍ଣାଟକ ରାଜ୍ୟର ୨୨୪ ଆସନ ପାଇଁ ଭୋଟ ଗ୍ରହଣ ହେବା ପରେ ନେତାମାନଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି। ଆସନ୍ତା ୧୩ ତାରିଖରେ ଇଭିଏମ ଖୋଲିବା ସହ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ। ତେବେ ଏହାପୂର୍ବରୁ ଏକଜିଟ୍ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି । ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରୁ ଜଣାପଡ଼ୁଛି ଯେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି । ଏଣୁ ସରକାର ଗଢିବା ପାଇଁ ଜନତାଦଳ (ଧର୍ମନିରପେକ୍ଷ)ର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।
କର୍ଣ୍ଣାଟକ ବିଧାନସଭାରେ ମୋଟ ୨୨୪ଟି ଆସନ ଥିବାବେଳେ ସରକାର ଗଢିବାକୁ ୧୧୩ଟି ଆସନ ଆବଶ୍ୟକ । କିନ୍ତୁ ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟକୁ ଦେଖିଲେ ଜଣାପଡ଼ୁଛି ଯେ କୌଣସି ଦଳ ମ୍ୟାଜିକ ନମ୍ବର ପାଉନାହାନ୍ତି । ଏଣୁ ସରକାର ଗଢିବାକୁ ଜେଡିଏସର ସମର୍ଥନ ନିହାତି ଆବଶ୍ୟକ ପଡ଼ିବ ।
୮ଟି ଗଣମାଧ୍ୟମ ବା ସଂସ୍ଥା କରିଥିବା ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ କଂଗ୍ରେସ ୬-୨ରେ ବିଜେପି ଠାରୁ ଆଗରେ ରହିଛି। ଏହାର ଅର୍ଥ ୫ଟି ସଂସ୍ଥା କଂଗ୍ରେସ କର୍ଣ୍ଣାଟକାରେ ବିଜେପି ଠାରୁ ଅଧିକ ଆସନ ଜିତିବ ବୋଲି ଆକଳନ କରିଛନ୍ତି। ଏପରି ସ୍ଥିତିରେ ଜେଡିଏସ୍ କିଙ୍ଗ ମେକର ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।
Powered by Froala Editor