ଚାଲିଗଲା ବିଜୁଳି, ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି
ଭୁବନେଶ୍ୱର: ରାଷ୍ଟ୍ରପତି ଭାଷଣ ଦେଲା ବେଳେ ଚାଲିଗଲା ବିଦ୍ୟୁତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଲା ବେଳେ ଅନ୍ଧାର ହୋଇଯାଇଥିଲା । ଏମଏସସିବିୟୁ ସମାବର୍ତ୍ତନ ଉତ୍ସବରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି । ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ବିଜୁଳି ଚାଲିଗଲା । ପୋଡିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି । ପୋଡିୟମର ଝାପସା ଲାଇଟରେ ଭାଷଣ ଦେଲେ ରାଷ୍ଟ୍ରପତି ।
ସୂଚନା ଅନୁସାରେ ୧୧ଟା ୫୬ରୁ ୧୨ଟା ୫ ପର୍ୟ୍ୟନ୍ତ ପାୱାର ଟ୍ରିପ୍ ଥିଲା । ବିଜୁଳି ଚାଲିଯିବା ପରେ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ ‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ’ ।
ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସେ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । ଖୁବ୍ କମ ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି ବୋଲି ରାଷ୍ଟ୍ରପତି କହିଥିଲେ। ଏଠାରେ ଅଧିକ ସଂଖ୍ୟକ ଛାତ୍ରୀ ପାଠପଢୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।
ତେବେ ତେବେ ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବା ବେଳେ ବିଜୁଳି ବିଭ୍ରାଟ ଦେଖାଦେଇଥିଲା । ରାଷ୍ଟ୍ରପତି ଅଭିଭାଷଣ ଆରମ୍ଭ କରିବାର ମାତ୍ର କିଛି ସମୟ ପରେ ବିଜୁଳି ଚାଲିଯାଇଥିଲା । ପୋଡ଼ିୟମରେ ଜଳୁଥିବା କ୍ଷୀଣ ଆଲୋକରେ ରାଷ୍ଟ୍ରପତି ଭାଷଣ ଦେଇଥିଲେ । ସାରା ହଲ୍ ଅନ୍ଧାରରେ ଥିବା ବେଳେ ରାଷ୍ଟ୍ରପତି ଭାଷଣ ଦେଇଥିଲେ । ଭାଷଣ ଛଳରେ ରାଷ୍ଟ୍ରପତି ଆଲୋକ ଯେତିକିଟ୍ଟ, ଅନ୍ଧାର ସେତିକି। ଏଇ ଯେ ଗହନ ବନଟ୍ଟପଂକ୍ତିର ଉଦାହରଣ ଦେଇଥିଲେ। ଆଜି ଆମେ ଅନ୍ଧାରରେ ବସିଛୁ ବୋଲି ରାଷ୍ଟ୍ରପତି କହିଥିଲେ।
Powered by Froala Editor