Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 22, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

ରାଜ୍ୟ
Home ›› ରାଜ୍ୟ ››ନୂଆ ରୂପ ନେବ ଚିଲିକା: ଚାଲିବ ସୌରଶକ୍ତି ଓ ବିଦ୍ୟୁତ ଚାଳିତ ବୋଟ

ନୂଆ ରୂପ ନେବ ଚିଲିକା: ଚାଲିବ ସୌରଶକ୍ତି ଓ ବିଦ୍ୟୁତ ଚାଳିତ ବୋଟ

2023-05-04 10:13:27
13709
Share:
Facebook
Twitter
E-Mail
WhatsApp
Telegram
ନୂଆ ରୂପ ନେବ ଚିଲିକା: ଚାଲିବ ସୌରଶକ୍ତି ଓ ବିଦ୍ୟୁତ ଚାଳିତ ବୋଟ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଡଙ୍ଗା ନିୟମ-୨୦୦୪କୁ ରାଜ୍ୟ ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଦୀର୍ଘ ୧୯ବର୍ଷ ହେଲା ଏହି ନିୟମ ଲାଗୁ ହୋଇଥିଲେ ହେଁ ଏହା ‌ବିଶେଷ ଫଳପ୍ରଦ ହୋଇନଥିବାରୁ ଏଥିରେ ପରିବର୍ତ୍ତନ ଅଣାଯାଉଛି। ‌କେନ୍ଦ୍ରୀୟ ଆଇନ ଢାଞ୍ଚାରେ ଏହା ନୂଆ ରୂପ ନେବ। ଜଳପଥ ଯାତ୍ରୀ ଏବଂ ମାଲ ପରିବହନ କ୍ଷେତ୍ରରେ ନିରାପତ୍ତା ଓ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ରଖିଥିବା ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଜଳପଥରେ ଉଭୟ ଯାତ୍ରୀ ଓ ପଣ୍ୟ କାରବାର ବୃଦ୍ଧି ଘଟିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି   ରାଜ୍ୟ ଅନ୍ତର୍ଦେଶୀୟ ନୌ-ପରିବହନ ଅଧିନିୟମ ଚିଠା ପ୍ରସ୍ତୁତ ପୂର୍ବରୁ ସମସ୍ତ ଅଂଶୀଦାରମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମତାମତ ସଂଗ୍ରହ ସହ ଅଧିନିୟମ କାର୍ଯ୍ୟକାରିତା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏହି ଅବସରରେ ଶ୍ରୀମତୀ ପାଢ଼ୀ ଓଡ଼ିଶା ଡଙ୍ଗା ନିୟମରେ ପରିବର୍ତ୍ତନ ନେଇ ସୂଚନା ଦେଇଥିଲେ।

ଏହି କର୍ମଶାଳାରେ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ପୂର୍ବତନ ମହାନିର୍ଦ୍ଦେଶକ ପୂର୍ଣ୍ଣେନ୍ଦୁ ମିଶ୍ର କହିଥିଲେ ଯେ ଆନ୍ତର୍ଜାତିକ ସ୍ତରରେ ବହୁ ସୁନ୍ଦର ଓ ଉନ୍ନତମାନର ଜଳପଥ ପରିବହନ ବ୍ୟବସ୍ଥା ପ୍ରଚଳିତ ଥିବାବେଳେ ପ୍ରସ୍ତୁତ ହେବାକୁ ଯାଉଥିବା ଅଧିନିୟମରେ ଉଭୟ ବୃହତ ଓ ସାଧାରଣ ଅଂଶୀଦାରଙ୍କ ମତାମତକୁ ଗୁରୁତ୍ବ ଦେବା ଅପରିହାର୍ଯ୍ୟ। ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ସଂଜୟ ମିଶ୍ର କହିଥିଲେ, ଅନ୍ତର୍ଦେଶୀୟ ଜଳ ପରିବହନ ବ୍ୟବସ୍ଥା ହେଉଛି ସ୍ବଳ୍ପ ବ୍ୟୟସଂପନ୍ନ ପରିବହନ ବ୍ୟବସ୍ଥା। ଜଳପଥରେ ସ୍ଥଳପଥ ଅପେକ୍ଷା ଅଧିକ ଓଜନର ପଣ୍ୟ ସାମଗ୍ରୀ ପରିବହନ ହୋଇଥାଏ ଓ ଏହି ବ୍ୟବସ୍ଥା ମଧ୍ୟ ପରିବେଶ ଅନୁକୂଳ।

କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ସ୍ବାଗତ ସୂଚନା ଦେଇ କହିଥିଲେ, ଅନ୍ତର୍ଦେଶୀୟ ନୌ-ପରିହବନ ଅଧିନିୟମ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ। ଏଥିପାଇଁ ସମସ୍ତଙ୍କର ସହଯୋଗ ଦରକାର। ଆଗାମୀ ଦିନରେ ଚିଲିକାରେ ସୌରଶକ୍ତି ଚାଳିତ ଓ ବିଦ୍ୟୁତ ଚାଳିତ ବୋଟ୍ ଚଲାଇବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ପ୍ରଣୟନ ହେବାକୁ ଥିବା ଏହି ଅନ୍ତର୍ଦେଶୀୟ ନୌକା ଅଧିନିୟମ ସମ୍ପର୍କିତ ସୂଚନା ଓ ବିବରଣୀକୁ ରାଷ୍ଟ୍ରୀୟ ଅନ୍ତର୍ଦେଶୀୟ ନାଭିଗେସନ୍ ପ୍ରତିଷ୍ଠାନ (ନିନି)ର ପ୍ରକଳ୍ପ ନିର୍ଦ୍ଦେଶକ କ୍ୟାପଟେନ୍ ଆଇ.ଭି ସୋଲାଙ୍କି ପାୱାର ପଏଣ୍ଟରେ ଉପସ୍ଥାପନ କରିଥିଲେ। ଏହି କର୍ମଶାଳାରେ ବିଭିନ୍ନ ବୀମା କମ୍ପାନିର ପ୍ରତିନିଧି, ଡଙ୍ଗା ନିର୍ମାତା, ବନ୍ଦର ବିକାଶକାରୀ ସଂସ୍ଥାର ପ୍ରତିନିଧି, ‌ଡଙ୍ଗା ମାଲିକ, ଡଙ୍ଗା ଚାଳକ ସଂଘର ସଦସ୍ୟ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ବେହେରା ଧନ୍ୟବାଦ ଦେଇଥିଲେ।

Powered by Froala Editor

Tags Chilika

Related articles Odisha News Lens 4.1

  • ସରିଗଲା ଇଣ୍ଡିଗୋ ଇନ୍ଧନ, ବେଙ୍ଗାଲୁରୁର ଜରୁରୀ ଅବତରଣ
    ଦେଶ-ଦେଶାନ୍ତର

    ସରିଗଲା ଇଣ୍ଡିଗୋ ଇନ୍ଧନ, ବେଙ୍ଗାଲୁରୁର ଜରୁରୀ ଅବତରଣ

    15121
    Jun 21, 2025
  • ବୋହୂକୁ  ୧୦ ଫୁଟ୍‌ ଗାତ କରି ପୋତି ଦେଲେ
    ଅପରାଧ

    ବୋହୂକୁ ୧୦ ଫୁଟ୍‌ ଗାତ କରି ପୋତି ଦେଲେ

    13898
    Jun 21, 2025
  • ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତା ମହେଶଙ୍କ ମୃତ୍ୟୁ
    ମନୋରଞ୍ଜନ

    ଡିଏନଏରୁ ସ୍ପଷ୍ଟ, ବିମାନ ଦୁର୍ଘଟଣାରେ ଫିଲ୍ମ ନିର୍ମାତା ମହେଶଙ୍କ ମୃତ୍ୟୁ

    14262
    Jun 22, 2025
  • ଅଲଗା ହେଲେ ଅକ୍ଷରାଙ୍କ ଅନସ୍କ୍ରିନ୍ ବାପା-ମାଆ
    ମନୋରଞ୍ଜନ

    ଅଲଗା ହେଲେ ଅକ୍ଷରାଙ୍କ ଅନସ୍କ୍ରିନ୍ ବାପା-ମାଆ

    15006
    Jun 22, 2025
  • ‘ମନ୍ନତ’ରେ ପଶିଲା ବିଏମ୍‌ସି
    ମନୋରଞ୍ଜନ

    ‘ମନ୍ନତ’ରେ ପଶିଲା ବିଏମ୍‌ସି

    15465
    Jun 21, 2025
  • ସାରା ରାତି ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ
    ଦେଶ-ଦେଶାନ୍ତର

    ସାରା ରାତି ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ

    13907
    Jun 21, 2025
  • ୩ କ୍ରୁ ମେମ୍ବରଙ୍କୁ ବହିଷ୍କାର ପାଇଁ DGCAର ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ୩ କ୍ରୁ ମେମ୍ବରଙ୍କୁ ବହିଷ୍କାର ପାଇଁ DGCAର ନିର୍ଦ୍ଦେଶ

    14752
    Jun 21, 2025
  • ବାଂଲାଦେଶ, ଚୀନ ଓ ପାକିସ୍ତାନ ପକ୍ଷରୁ ତ୍ରିପକ୍ଷୀୟ ବୈଠକ
    ଦେଶ-ଦେଶାନ୍ତର

    ବାଂଲାଦେଶ, ଚୀନ ଓ ପାକିସ୍ତାନ ପକ୍ଷରୁ ତ୍ରିପକ୍ଷୀୟ ବୈଠକ

    14378
    Jun 21, 2025
  • ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର କଲା ‘ବୋଉ ବୁଟୁ ଭୂତ’
    ମନୋରଞ୍ଜନ

    ସପ୍ତାହକରେ ରେକର୍ଡ ରୋଜଗାର, ୭କୋଟି ପାର କଲା ‘ବୋଉ ବୁଟୁ ଭୂତ’

    13777
    Jun 22, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15540
    Jun 22, 2025
  • ଦେଶ-ଦେଶାନ୍ତର

    ସରିଗଲା ଇଣ୍ଡିଗୋ ଇନ୍ଧନ, ବେଙ୍ଗାଲୁରୁର ଜରୁରୀ ଅବତରଣ

    15121
    Jun 21, 2025
  • ଦେଶ-ଦେଶାନ୍ତର

    ସାରା ରାତି ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ

    13907
    Jun 21, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16704
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17009
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15503
    Apr 03, 2021

ବିଶେଷ

  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15540
    Jun 22, 2025
  • ଆଶ୍ଚର୍ଯ୍ୟ: ଲିଟର ପିଛା ଗୋଲାପ ତେଲର ଦାମ୍ ୧୩ ଲକ୍ଷ ଟଙ୍କା

    14164
    Jun 21, 2025
  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14741
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15623
    Jun 19, 2025
  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14621
    Jun 18, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14894
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14818
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14818
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13789
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସାରା ରାତି ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ

    13907
    Jun 21, 2025
  • ୩ କ୍ରୁ ମେମ୍ବରଙ୍କୁ ବହିଷ୍କାର ପାଇଁ DGCAର ନିର୍ଦ୍ଦେଶ

    14752
    Jun 21, 2025
  • ବାଂଲାଦେଶ, ଚୀନ ଓ ପାକିସ୍ତାନ ପକ୍ଷରୁ ତ୍ରିପକ୍ଷୀୟ ବୈଠକ

    14378
    Jun 21, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In