କେନାଲକୁ ଟ୍ରାକ୍ଟର ଓଲଟି ଜଣେ ଗୁରୁତର
ପିପିଲି: ପିପିଲି ଥାନା ଅନ୍ତର୍ଗତ ଦୁର୍ଗାଦାଶପୁର ପଞ୍ଚାୟତ ଅଞ୍ଚଳରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଓଲଟି ପଡ଼ିବା ଫଳରେ ୨ଜଣ ଆହତ ହୋଇଛନ୍ତି। ଦୁର୍ଗାଦାଶପୁର ନିକଟ ବାରମାଟି କେନାଲ ବନ୍ଧରେ ଟ୍ରାକ୍ଟରଟି ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଟ୍ରାକ୍ଟରଟି ଖସି ଯିବା ସହ ପାଣି ମଧ୍ୟରେ ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟର ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରାକ୍ଟରରେ ବସିଥିବା ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଗୁରୁତର ଯୁବକକୁ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି।
Powered by Froala Editor