୬୦୨କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ
ମୋହନା: ଗଜପତି ଜିଲ୍ଳା ଆରକ୍ଷୀ ଅଧିକ୍ଷକ ସ୍ଵାତୀ.ଏସ. କୁମାରଙ୍କ ନିର୍ଦ୍ଦେଶରେ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡାଙ୍କ ତତ୍ତ୍ଵବଧାନରେ ବିଶେଷ ସୂତ୍ରରୁ ଖବର ପାଇ ସବଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପାଲକା ଓ କର୍ମଚାରୀ ଅଡବା ଥାନା ଅନ୍ତର୍ଗତ ହାବୁକାପଙ୍କା-ବାଚାମା ନିକଟ ଜଙ୍ଗଲ ମଧ୍ୟରୁ ବାହାର ସ୍ଥାନକୁ ସ୍ଥାନାନ୍ତରିତ କରିବାପାଇଁ ଲୁକ୍କାୟିତ ଭାବେ ରଖାଯାଇଥିବା ଗଞ୍ଜେଇ ବସ୍ତାକୁ ଜବତ କରିଥିଲେ। ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରିବାରୁ ୬୦୨କିଲୋ ୬୦୦ ଗ୍ରାମ ଗଞ୍ଜେଇ ହୋଇଥିଲା।
Powered by Froala Editor