ଗୁଜରାଟ ହାଇକୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି
ମାନହାନୀ କେସ୍ରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ଏଥିସହିତ ହିଁ ନିମ୍ନ କୋର୍ଟଙ୍କ ପକ୍ଷରୁ ମିଳିଥିବା ଦୁଇବର୍ଷ ଜେଲଦଣ୍ଡାଦେଶ ବିରୋଧରେ ଆବେଦନ ଉପରେ ନିଜର ଫୈସଲା ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ ।
ରାହୁଲ ଗାନ୍ଧି ୨୦୧୯ର ସାଧାରଣ ନିର୍ବାଚନ ସମୟରେ ସମସ୍ତ ଚୋରଙ୍କ ସରନେମ ମୋଦି କାହିଁ କି ରହିଛି, ଭଳି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ମୋଦି ସରନେମ ବୟାନ ପାଇଁ ଫେବୃଆରୀ ମାସରେ ସୁରତର ଗୋଟିଏ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ତାଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ହୋଇଛି।
ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରିବା ଯାଏ ସେ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ନିବେଦନ କରିଥିଲେ। କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। କୋର୍ଟ କହିଛନ୍ତି ମାମଲାର ଅନ୍ତିମ ଶୁଣାଣି ସମାପ୍ତ ହେବା ପରେ ହିଁ ଅନ୍ତିମ ଫୈସଲା ଦେବା ଉଚିତ ହେବ । କୋର୍ଟ ଗ୍ରୀଷ୍ମ ଅବକାଶ ବା ଜୁନ ୪ ପରେ ତାଙ୍କ ଆବେଦନ ଉପରେ ରାୟ ଦେବେ ବୋଲି କହିଛନ୍ତି।
Powered by Froala Editor