ରୋକ ଲଗାଇଲେ ହାଇକୋର୍ଟ: ଜଣେ ବ୍ୟକ୍ତି କିଣି ପାରିବେ କେବଳ ଗୋଟିଏ ପ୍ଲଟ୍
କଟକ: ଏବେ ଜଣେ ବ୍ୟକ୍ତିଙ୍କ ଏକାଧିକ ପ୍ଲଟ୍ କିଣିବା ଉପରେ ଲାଗିଲା ରୋକ୍ । ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ଲଟ୍ କିଣିପାରିବେ । ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ । ଜଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ହିଁ ପ୍ଲଟ ନେଇପାରିବେ । ଗୃହ ଓ ନଗର ଉନ୍ନୟନ ବିଭାଗ ନିୟମ କଡ଼ାକଡ଼ି ହେବା ଆବଶ୍ଯକ। ଏହି ନିୟମକୁ ସମସ୍ତ ଉନ୍ନୟନ କତୃପକ୍ଷ କାର୍ଯ୍ଯକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଲେ ଏହି ନିର୍ଦ୍ଦେଶ। ଏକ କମର୍ସିଆଲ ପ୍ଲଟ ଥାଇ ଅନ୍ଯ ଏକ ଆବାସିକ ପ୍ଲଟ ନେବାକୁ ଆବେଦନ କରିଥିଲେ ଆବେଦନକାରୀ।
ଏ ନେଇ ହାଇକୋର୍ଟରେ ରୁଜ୍ଜୁ କରିଥିଲେ ରିଟ ପିଟିସନ। ପିଟିସନକୁ ଅଗ୍ରାହ୍ଯ କରି ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ। କାରଣ ପ୍ରକୃତ ହିତାଧିକାରୀ ସାଧାରଣ ଲୋକ ପ୍ଲଟ କିମ୍ବା ଘର ଟିଏ କୌଣସି ଉନ୍ନୟନ କତୃପକ୍ଷଙ୍କ ଠାରୁ ପାଇବାରେ ବଂଚିତ ହେଉଛନ୍ତି । କୋର୍ଟ ଏହାକୁ ଗ୍ରହଣ କରି ଆବେଦନକାରୀଙ୍କ ଆବେଦନ ଖାରଜ କରିବା ସହିତ ଏହି ନିର୍ଦ୍ଦେଶ ସରକାରକୁ ଦେଇଛନ୍ତି ।
Powered by Froala Editor