ବିଷାକ୍ତ ଗ୍ୟାସ ଲିକ୍, ୧୧ ଜଣଙ୍କ ମୃତ୍ୟୁ
ପଞ୍ଜାବର ଲୁଧିଆନା ଗ୍ୟାସପୁରାରେ ଗ୍ୟାସ ଲିକ୍ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ହୋଇଛନ୍ତି । ରବିବାର ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ନିର୍ଗତ ହୋଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ୫ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମବାହିନୀ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍ କରିବା ସହ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ଗ୍ୟାସ୍ ଲିକର କାରଣ ଜଣାପଡ଼ିନାହିଁ ।
ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍ ଟିମ୍ ପହଞ୍ଚିଛି। ତା’ସହିତ ଆମ୍ବୁଲାନ୍ସ ଓ ଡାକ୍ତରଙ୍କ ଏକ ଟିମ୍ ସେଠାରେ ପହଞ୍ଚିଛନ୍ତି। ଏନ୍ଡିଆରଏଫ୍ ସେଠାରେ ତା’ର CBRN (Chemical, Biological, Radiological and Nuclear) ଟିମ୍କୁ ମୁତୟନ କରିଛି। ଏହି ଟିମ୍ରେ ୩୫ ଜଣ ସଦସ୍ୟ ଅଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଗ୍ୟାସ ଲିକ୍ ଯୋଗୁ ଏହି ଘଟଣା ଘଟିଛି। ତେବେ କେଉଁ ଗ୍ୟାସ୍ ଲିକ୍ ହୋଇଛି, ତାହା ଜଣାପଡ଼ି ନାହିଁ।
Powered by Froala Editor