ମେ’ ଦ୍ୱିତୀୟ ସପ୍ତାହକୁ ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ମେ’ ଦ୍ୱିତୀୟ ସପ୍ତାହବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହା ପରବର୍ତ୍ତୀ ସ୍ଥିତି ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବପର ନୁହେଁ ।
ଏନସିଇପି-ଜିଏଫଏସ ଓ ଆଇଏମଡି ଜିପିିପି ମଡେଲର ପୂର୍ବାନୁମାନ ଅନୁସାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଶ୍ରୀଲଙ୍କା ଓ ତାମିଲନାଡ଼ୁ ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ, ଆସନ୍ତା ୫ ତାରିଖ ପାଖାପାଖି ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଅବପାତରେ ପରିଣତ ହୋଇପାରେ । ମାତ୍ର ଏ ବାବଦରେ ଏବେଠାରୁ ସ୍ପଷ୍ଟ କିମ୍ବା ଆଉ ଅଧିକ ଆକଳନ କରାଯାଇନପାରେ ।
ରବିବାର ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ସମେତ ଉପକୂଳର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିରରେ ଧୂଳିଝଡ଼, ୪୦-୫୦ କିମି ବେଗରେ ପବନ ହୋଇପାରେ । ନବରଙ୍ଗପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼, କଳାହାଣ୍ଡିରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଏହାବାଦ ଦକ୍ଷିଣ ଓ ଉପକୂଳର କେତେକ ଜାଗାରେ କାଳବୈଶାଖୀ ହୋଇପାରେ । ଏଭଳି ପାଗ ଆସନ୍ତା ୪-୫ ଦିନ ରହିବ ।
Powered by Froala Editor