ସିସୋଦିଆଙ୍କୁ ଝଟକା : ଜାମିନ ଆବେଦନ ଖାରଜ
ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଶୁକ୍ରବାର ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଏମ୍.କେ ନାଗପାଲ, ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।
କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାମିନ ଆବେଦନକୁ ବିରୋଧ କରିଥିଲା। ଇଡି କହିଥିଲା ଏବେ ଯାଞ୍ଚ ମହତ୍ୱପୂର୍ଣ୍ଣ ଷ୍ଟେଜରେ ରହିଛି। ବରିଷ୍ଠ ଆପ୍ ନେତା ଅବକାରୀ ନୀତିରେ ଜନସାଧାରଣଙ୍କ ଅନୁମୋଦନ ଥିବା ଦର୍ଶାଇ ଏକ ଇମେଲ ପ୍ରସ୍ତୁତ କରିଥିଲେ। ଜାମିନ ମିଳିଲେ ସେ ପ୍ରମାଣ ନଷ୍ଟ କରିପାରନ୍ତି ବୋଲି ଇଡି କୋର୍ଟକୁ କହିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିିଥିବା ଜଣାପଡ଼ିଛି। ଏହି ରାୟକୁ ନେଇ ସିସୋଦିଆ ଦିଲ୍ଲୀ ହାଇକୋର୍ଟ ଯିବେ।
ସୂଚନାଯୋଗ୍ୟ, ଅବକାରୀ ନୀତିରେ କଥିତ ଅନିୟମିତତା ଅଭିଯୋଗରେ ସିବିଆଇ ୨୬ ଫେବୃୟାରୀରେ ସିସୋଦିଆଙ୍କୁ ଗିରଫ କରିଥିଲା
Powered by Froala Editor