ଏଲଆଇସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ସିଦ୍ଧାର୍ଥ ମହାନ୍ତି

ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟାତ୍ତ ବୀମା କମ୍ପାନୀ ଏଲଆଇସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ସିଦ୍ଧାର୍ଥ ମହାନ୍ତି। ସେ ଏବେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । କିନ୍ତୁ ଆଜି ତାଙ୍କୁ କେନ୍ଦ୍ର ସରକାର ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।
ସେ ୨୦୨୪ ଜୁନ ମାସ ଯାଏ ଏହି ପଦବୀରେ ରହିବେ। ୨୦୨୪ ଜୁନରେ ସେ ଅଧ୍ୟକ୍ଷ ପଦ ଛାଡ଼ିବା ପରେ ଏଲଆଇସିର ଏମଡି ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ୨୦୨୫ ଜୁନ୍ ମାସ ଯାଏ କାର୍ଯ୍ୟ କରିବେ।
୨୦୨୩ ମାର୍ଚ୍ଚ ୧୪ରୁ ସେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାମ କରୁଥିଲେ। ଭାରତ ସରକାରଙ୍କ ଏଫଏସଆଇବି ( ଫାଇନାନ୍ସିଆଲ ସର୍ଭିସେସ ଇଷ୍ଟିଚ୍ୟୁସନ୍ସ ବ୍ୟୁରୋ) ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ମହାନ୍ତିଙ୍କ ନାମ ସୁପାରିଶ କରାଯାଇଥିଲା । ଏହାକୁ ଭାରତ ସରକାର ଗ୍ରହଣ କରିଛନ୍ତି । ଏଫଏସଆଇବି ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଏକ ସ୍ବୟଂ ଶାସିତ ସଂସ୍ଥା ଯାହାକି ରାଷ୍ଟ୍ରାୟତ୍ତ ଆର୍ଥିକ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକର ସର୍ବୋଚ୍ଚ ପଦଗୁଡ଼ିକ ଚୟନ କରିଥାଏ ।
Powered by Froala Editor