ତେଜସ୍ବୀଙ୍କ ନାଁରେ ମାନହାନି ମାମଲା
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୨ବର୍ଷ ଜେଲ ଦଣ୍ଡ ମିଳିବାରୁ ସେ ଏବେ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ରାହୁଲ ଗାନ୍ଧିଙ୍କ ପରେ ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମାନହାନୀ କେସ୍ର ଫସିଛନ୍ତି। କେବଳ ଗୁଜରାଟୀମାନେ ହିଁ ଠକ ହୋଇପାରିବେ ବୋଲି ଆରଜେଡି ନେତା ବୟାନ ଦେଇଥିବାରୁ ତାଙ୍କ ନାଁରେ ଅହମଦାବାଦ କୋର୍ଟରେ ମାମଲା କରାଯାଇଛି।
ମାର୍ଚ୍ଚ ମାସରେ ତେଜସ୍ୱୀ ଯାଦବ କହିଥିଲେ ଯେ “ବର୍ତ୍ତମାନ ଦେଶର ଅବସ୍ଥା ଏପରି ହୋଇଗଲାଣି ଯେ କେବଳ ଜଣେ ଗୁଜରାଟୀ ଠକାମୀ କରିପାରିବେ ଓ ତାଙ୍କ ଦୁର୍ନୀତିକୁ କ୍ଷମା ମଧ୍ୟ କରି ଦିଆଯିବ।” ପଳାତକ ଘୋଷିତ ଭାରତୀୟ ବ୍ୟବସାୟୀ ମେହୁଲ ଚୋକସି ନାଁରେ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ ପ୍ରତ୍ୟାହାର କରିବା ପରେ ତେଜସ୍ୱୀ ଯାଦବ ଏପରି କଥା କହିଥିଲେ।
ଗୁଜରାଟୀଙ୍କୁ ଠକ ବୋଲି କହିଥିବାରୁ ବୁଧବାର ଅହମଦାବାଦର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧ରେ ହେବ।
Powered by Froala Editor