ଶେଲି ଓବରୟ ଦିଲ୍ଲୀ ନୂଆ ମେୟର

ଦିଲ୍ଲୀ ମେୟର ରେସ୍ରୁ ବିଜେପି ହଟିଯିବା ପରେ ଆପ୍ ହାତେଇ ନେଇଛି ପ୍ରତିକ୍ଷୀତ ସିଟ୍ । ଆପ୍ ପ୍ରାର୍ଥୀ ଡା. ଶେଲି ଓବରୟ ପିନ୍ଧିଛନ୍ତି ମେୟର ମୁକୁଟ । ନିର୍ବାଚନରୁ ବିଜେପି ପ୍ରାର୍ଥୀ ଶିଖା ରାଏଙ୍କ ନିଜ ନାମ ପ୍ରତ୍ୟାହାର କରିବା ପରେ ଶେଲି ଓବରୟ ନିର୍ଦ୍ୱନ୍ଦରେ ଜିତିଛନ୍ତି। ବହୁ ବିବାଦ ପରେ ଶେଷରେ ଦିଲ୍ଲୀ ନୂଆ ମେୟର ପାଇଛି।
ଶେଲି ଓବରୟ ୨୨ ଫେବୃୟାରୀରେ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ବିଜେପିର ରେଖା ଗୁପ୍ତାଙ୍କ ସହ ତାଙ୍କର କଡ଼ା ଟକ୍କର ହୋଇଥିଲା। ମୋଟ ୨୬ ଖଣ୍ଡ ଭୋଟ ମଧ୍ୟରୁ ଡା. ଶେଲିଙ୍କୁ ୧୫୦ ଭୋଟ ମିଳିଥିବା ବେଳେ ରେଖାଙ୍କୁ ୧୧୬ ଖଣ୍ଡ ଭୋଟ ମିଳିଥିଲା। ଏହାପରେ ଚଳିତ ଆର୍ଥିକ ବର୍ଷରେ ବି ସେ ମେୟର ଦୌଡ଼ରେ ଥିବା ବେଳେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ଦିଲ୍ଲୀ ମେୟର ନିର୍ବାଚନରେ ଜିତିବା ପରେ ଶେଲି ଓବରୟ କହିଛନ୍ତି, ମୋତେ ପୁନର୍ବାର ମେୟର ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ। ଏଥିସହ କାଉନସିଲର ତଥା ଜନସାଧାରଣଙ୍କୁ ମଧ୍ୟ ଧନ୍ୟବାଦ। ମୁଁ ପୁନର୍ବାର ପାଇଥିବା ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ତୁଲାଇବି।
Powered by Froala Editor